ସମ୍ବଲପୁର: ଏକ ଘରୋଇ ଆବାସିକ ସ୍କୁଲର ଛାତ୍ରାବାସରେ ଜଣେ ଛାତ୍ର ଙ୍କ ସହ ଅନ୍ୟ ଛାତ୍ରଙ୍କ ଆକ୍ରମଣ ର ଅଭିଯୋଗ | ଏନେଇ ଆକ୍ସନ ନେଲେ ସ୍କୁଲ କର୍ତ୍ତୃପକ୍ଷ। ସହପାଠୀଙ୍କୁ ଉଲଗ୍ନ କରି ନିର୍ଯାତନା ଦେବା ଅଭିଯୋଗରେ ୮ଜଣ ଛାତ୍ର ବହିଷ୍କାର | ଏଭଳି ଘଟଣା ଘଟିଛି ସମ୍ବଲପୁର ଶାସନ ଅଞ୍ଚଳରେ ଥିବା ଏକ ଘରୋଇ ଆବାସିକ ସ୍କୁଲର ଛାତ୍ରାବାସରେ। ଛାତ୍ରାବାସ ଦାୟିତ୍ୱରେ ଥିବା ୱାଡେନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।
ଅଭିଯୋଗ ଅନୁସାରେ, ସଂପୃକ୍ତ ଛାତ୍ର ଜଣଙ୍କ ଛାତ୍ରାବାସରେ ରହୁଥିଲେ। ସେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ଗତ ୧୭ ତାରିଖ ଦିନ ରାତିରେ ପାଖ ରୁମ୍ର କିଛି ସହପାଠୀ ତାଙ୍କୁ ରୁମ୍କୁ ଡାକିଥିଲେ। ପରେ ଛାତ୍ରଙ୍କୁ ତାଙ୍କ ସହପାଠୀମାନେ ଉଲଗ୍ନ କରି ହାତ ଗୋଡ଼କୁ ଦୌଡି ଓ ଗାମୁଛାରେ ବାନ୍ଧି ଦେଇଥିଲେ। ଏହାପରେ ସେମାନେ ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିଥିଲେ।
ଏ ନେଇ ଛାତ୍ର ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିକଟରେ ସଂପୃକ୍ତ ଛାତ୍ରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗତକାଲି ଅଭିଯୋଗ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଜାଣିବା ପରେ ୮ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରିଥିଲେ।





