ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତେଲ ଉପରୁ ଟିକସ ହ୍ରାସ କରିବାକୁ ନେଇ କେଜରିୱାଲଙ୍କ ବାସଭବନ ବାହାରେ ବିଜେପିର ପ୍ରଦର୍ଶନ । ଗତ ୨୭ ତାରିଖ ଦିନ କରୋନା ସମୀକ୍ଷା ବୈଠକରେ ତୈଳ ଦର ବୃଦ୍ଧି ନେଇ ମୋଦୀ ରାଜ୍ୟମାନଙ୍କ ଅତ୍ୟଧିକ ଭାଟ୍କୁ ଦାୟୀ କରିଥିଲେ। ସେ କହିଥିଲେ” କେନ୍ଦ୍ର ସରକାର ଗତ ନଭେମ୍ବର ମାସରେ ଇନ୍ଧନ ଉପରେ ଉତ୍ପାଦ ଶୁଳ୍କ କମ୍ କରିଥିଲେ। ରାଜ୍ୟମାନଙ୍କୁ ବି ଏପରି କରିବାକୁ ଅନୁରୋଧ କରିଥିଲେ। ତେବେ କିଛି ରାଜ୍ୟ ଭାରତ ସରକାରଙ୍କ ଭାବନା ଅନରୂପ ଟ୍ୟାକ୍ସ କମ୍ କଲେ। କିନ୍ତୁ କିଛି ରାଜ୍ୟ ନିଜର ଲୋକମାନଙ୍କୁ ଏହାର କୌଣସି ଲାଭ ଦେଲେ ନାହିଁ। ତେଣୁ ଏହି ରାଜ୍ୟଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ ଅନେକ ବେଶି ରହିଛି।


ମୋଦୀ ଆହୁରି କହିଛନ୍ତି “ଏହା ଗୋଟେ ପ୍ରକାର ସେହି ରାଜ୍ୟର ଜନତାମାନଙ୍କ ପାଇଁ ଅନ୍ୟାୟ କରାଯାଉଥିବା ବେଳେ ପଡ଼ୋଶୀ ରାଜ୍ୟକୁ ମଧ୍ୟ ଏଥିପାଇଁ କ୍ଷତି ସହିବାକୁ ପଡ଼ୁଛି। ମୁଁ କାହାର ଆଲୋଚନା କରୁନାହିଁ, କିନ୍ତୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ,କେରଳ, ଝାରଖଣ୍ଡ,ତାମିଲନାଡୁକୁ ମୁଁ ଅନୁରୋଧ କରୁଛି ଆପଣମାନେ ଭ୍ୟାଟ୍ କମ୍ କରନ୍ତୁ ଓ ଲୋକଙ୍କୁ ଏହାର ଲାଭ ଦିଅନ୍ତୁ। ଏହାପରେ ରାଜ୍ୟଗୁଡିକ ମଧ୍ୟ ନିଜ ନିଜ ଉତ୍ତର ରଖି ମୋଦୀଙ୍କୁ ଟାର୍ଗେଟ୍ କରିବା ସହିତ କେନ୍ଦ୍ର ରାଜ୍ୟକୁ ଅର୍ଥ ଦେଉ ନାହିଁ ଓ କେନ୍ଦ୍ରର ସେସ୍ ଯୋଗୁ ତୈଳ ଦର ଆକାଶ ଛୁଆଁ ହେଉଛି ବୋଲି ସେମାନେ ଅଭିଯୋଗ କରିଥିଲେ।