ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କୁ କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂ ଙ୍କ ଟାର୍ଗେଟ | ବିଦ୍ୟୁତ ସ୍ଥିତିକୁ ନେଇ ଦିଲ୍ଲୀ ସରକାର ରାଜଧାନୀବାସୀଙ୍କୁ ଭୁଲ ତଥ୍ୟ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି । ଦିଲ୍ଲୀ ସରକାର ବିଦ୍ୟୁତ ସ୍ଥିତି ନେଇ ଦିଲ୍ଲୀବାସୀଙ୍କୁ ଭୁଲ ତଥ୍ୟ ଦେଇ ଭୂଆଁ ବୁଲାଉଛନ୍ତି । ଏମିତି କିଛି କହିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂ । ଦିଲ୍ଲୀର ଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖି ଏପରି କିଛି କହିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ।
ନିକଟରେ, ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବିଦ୍ୟୁତ ସ୍ଥିତି ନେଇ ଚିନ୍ତାପ୍ରକଟ କରିଥିଲେ | ଲୋକଙ୍କୁ ଏନଟିପିସିର ଗଚ୍ଛିତ କୋଇଲା ସମ୍ପର୍କରେ ଅବଗତ କରାଇଥିଲେ । ଏହି ପତ୍ର ଜବାବରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଗଚ୍ଛିତ କୋଇଲା ତଥ୍ୟ ଉପରେ କହିଛନ୍ତି ଦିଲ୍ଲୀ ଶକ୍ତି ମନ୍ତ୍ରୀ ଭୁଲ ତଥ୍ୟ ପ୍ରଦାନ କରିଛନ୍ତି । ଲୋକଙ୍କୁ ଭୁଲ ତଥ୍ୟ ଦେଇ ଭୂଆଁ ବୁଲାଇବାକୁ ଚେଷ୍ଟା କରାଯାଉଛି ଯାହା ନିନ୍ଦନୀୟ ।
କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂ ଆହୁରି କହିଛନ୍ତି, ସମସ୍ତ 5 ଥର୍ମାଲ ପାୱର ଷ୍ଟେସନରେ 5ରୁ 8 ଦିନ ଯାଏଁ କୋଇଲା ଗଚ୍ଛିତ ଅଛି । ଦାଦ୍ରି ପ୍ଲାଣ୍ଟରେ 202.40 ହଜାର ଟନ୍ କୋଇଲା ଷ୍ଟକ୍ ଥିଲା, ଯାହାକି ଏପ୍ରିଲ 29, 2022 ରେ 85 ପ୍ରତିଶତ PLF (ପ୍ଲାଣ୍ଟ ଲୋଡ୍ ଫ୍ୟାକ୍ଟର୍) ରେ 8.43 ଦିନ ପାଇଁ ଯଥେଷ୍ଟ । ସେହିପରି ଉନଛାହାର ପ୍ଲାଣ୍ଟରେ 97.62 ହଜାର ଟନ ଥିଲା । କାହଲଗାଓଁ ପ୍ଲାଣ୍ଟରେ 187 ହଜାର ଟନ, ଫାରାକ୍କା ଠାରେ 234.22 ହଜାର ଟନ୍ ଏବଂ ଜାଜଜାରରେ 162.56 ହଜାର ଟନ୍ ଥିବା କହିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ | ତେବେ ଗଛିତ ପରିମାଣରେ କୋଇଲା ଥିବା ବେଳେ, ବିଦୂତ ସ୍ଥିତି ଓ କୋଇଲାକୁ ନେଇ ଥିବା ସଙ୍କଟ ସମ୍ପୂର୍ଣ ମିଥ୍ୟା ହୀନ ବୋଲି କହିଛନ୍ତି |
