କଂଗ୍ରେସର ଓଡିଶା ପାଇଁ ମିଶନ-2024

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ସ୍ଥିତି ଏବେ ଜଟିଳ । ବିରୋଧି ଭାବେ ନିଜ ସ୍ଥାନ ହରେଇବାକୁ ବସିଲାଣି କଂଗ୍ରେସ । ସେପଟେ ପିସିସି ସଭାପତିଙ୍କ ଇସ୍ତଫା ପରେ ଏବେ ନେତୃତ୍ବ ପାଇଁ ଲବି ଜୋରଦାର ଧରିଛି । କିଏ ହେବ ସଭାପତି ? କିଏ ହେବ କଂଗ୍ରେସ ବିଧାୟକ ଦଳ ନେତା ? ଦଳରେ ଅନ୍ତ କନ୍ଦଳ ପରେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ଦରବାରରେ କଂଗ୍ରେସ ନେତାଙ୍କ ହାଜିରା। ଯେତେବେଳେ ରାଜ୍ୟ କଂଗ୍ରେସ ନେତୃତ୍ବ ନେଇ ସସ୍ପପେନ୍ସ ହଟିବା ଅପେକ୍ଷାରେ ଦଳୀୟ ବିଧାୟକ, ସାସଂଦ ଓ ବରିଷ୍ଠ ନେତା, ସେତେବେଳେ ଚର୍ଚ୍ଚାକୁ ଆସିଛି ରାହୁଲ ଗାନ୍ଧୀଙ୍କ ଓଡିଶା ରଣନୀତି

କଂଗ୍ରେସର ଓଡିଶା ପାଇଁ ମିଶନ-2024 । ଦଳ ତୃତୀୟ ସ୍ଥାନରୁ ଆସି ଦ୍ବିତୀୟ ସ୍ଥାନରେ ବିରୋଧୀ ଦଳ ଭୂମିକାରେ ରହିବ ନା ସିଧା କ୍ଷମତା ଦଖଲ କରିବ। ଅତି ବିଶ୍ବସ୍ଥ ସୂତ୍ରରୁ ମିଳଥିବା ସୂଚନା ଅନୁଯାୟୀ କଂଗ୍ରେସର ଲକ୍ଷ୍ୟ 2024ରେ ରାଜ୍ୟରେ ସରକାର ଗଠନ କରିବ। । ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ସ୍ଥିତି ଦେଖିଲେ ଏହା ଅସମ୍ଭବ ମନେହୁଏ। କିନ୍ତୁ ରାହୁଲଙ୍କ ଟିମ କନଫିଡେଣ୍ଟ । ରାଜ୍ୟ ରାଜନୀତି ନେଇ ରାହୁଲ ରାଜ୍ୟର ସବୁ ବର୍ଗର ନେତାଙ୍କ ଠାରୁ ଇନପୁଟ୍ ନେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି, ବିଧାୟକ, ସାଂସଦ ଓ ବରିଷ୍ଠ ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ଓଡିଶାର ରାଜନୀତିକୁ ବିଭିନ୍ନ କୋଣରୁ ବିଶ୍ଳେଷଣ କରାଯାଇଛି ରାହୁଲଙ୍କ ଦ୍ବାରା । ତାପରେ ଚର୍ଚ୍ଚାକୁ ଆସିଛି ରାହୁଲ ଗାନ୍ଧୀଙ୍କ ଓଡିଶା ରଣନୀତି ।କଣ ରାହୁଲ ଗାନ୍ଧୀଙ୍କ ଓଡିଶା ରଣନୀତି ?

କଂଗ୍ରେସର ଅତି ବିଶ୍ବସ୍ଥ ସୂତ୍ର ଆନୁଯାୟୀ ଆଗାମୀ ଦିନରେ ଓଡିଶାରେ କ୍ଷମତାକୁ ଫେରିବା ପାଇଁ ଉଦ୍ୟମ କରିବ କଂଗ୍ରେସ। ତେବେ ଏହି ଉଦ୍ୟମର ଆଜିର ଦିନରେ ପ୍ରାସଙ୍ଗିକତା କେତେ ସେନେଇ ଆଲୋଚନା ହୋଇଛି । ସ୍ବାଧୀନତା ପରଠାରୁ 1951-61 ବିଭିନ୍ନ ସମୟରେ କଂଗ୍ରେସ ସମର୍ଥନରେ ରାଜ୍ୟରେ ସରକାର ଚାଲିଥିଲା । ତେବେ 1961-66 ମସିହା ସ୍ବର୍ଗତ ବିଜୁ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ବ ନେବା ପରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିଲା ସଂଖ୍ୟା ଗରିଷ୍ଠତା । ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଲେ । ଏହାପରେ 1971 ସ୍ବର୍ଗତ ନନ୍ଦିନୀ ଶତପଥୀ ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିଲେ 3 ବର୍ଷ ପର୍ଯ୍ୟନ୍ତ । ଏହା ପରେ 2 ବର୍ଷ ପର୍ଯ୍ୟନ୍ତ ଦେଶରେ ଲାଗିଥିଲା ଜରୁରୀକାଳୀନ ପରିସ୍ଥିତି। 1980 ରୁ 1990 ରାଜ୍ୟ କଂଗ୍ରେସର ସୁବର୍ଣ୍ଣ ଯୁଗ ଆସିଥିଲା । ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ 10 ବର୍ଷ କାଳ କ୍ଷମତାରେ ରହିଥିଲା କଂଗ୍ରେସ । 1990 ଜେବିଙ୍କ 10 ବର୍ଷ କ୍ଷମତାର ଜୟ ଯାତ୍ରା ଉପରେ ବ୍ରେକ ଲଗାଇଥିଲେ ବିଜୁ ପଟ୍ଟନାୟକ । ତେବେ 1995 ଭାରି ପଡିଲେ ଜେବି, ଲେଉଟାଇଥିଲେ ଜନତା ଦଳ ନିରଙ୍କୁଶ ଜନମତକୁ, କ୍ଷମତାକୁ ଫେରିଥିଲା କଂଗ୍ରେସ । ଏବେ ଏହି 1990 ଓ 1995ର ପୃଷ୍ଠା ଲେଉଟାଉଛି କଂଗ୍ରେସ। ପରଖୁଛି ରାଜ୍ୟ ରାଜନୀତିର ସେତବେଳର ପେଞ୍ଚ ।90 ଓ 95 କେସ ଷ୍ଟଡି

1990 ଓ 1995 ବିଧାନସଭା ଫଳାଫଳ ଏବେ କେସ ଷ୍ଟଡି ବନିଛି ରାଜ୍ୟ କଂଗ୍ରେସ ପାଇଁ। 1990 ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳକୁ ମିଳିଥିଲା ବିପୁଳ ବିଜୟ । 147 ବିଧାନସଭା ଆସନରୁ 123 ଆସନ ଦଖଲ କରିଥିଲା ଜନତା ଦଳ। ସେତେବେଳେ କ୍ଷମତାସୀନ ଦଳ କଂଗ୍ରେସ ସୀମିତ ରହିଥିଲା ମାତ୍ର 10ଟି ଆସନରେ।

Related Posts