କଂଗ୍ରେସର ମିଶନ ୨୦୨୪; ପ୍ରତ୍ୟେକ ଲୋକସଭା-ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ଥାୟୀ ନେତା ନିଯୁକ୍ତ କରିବ କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟ କଂଗ୍ରେସ ହାତରୁ ଖସିବାରେ ଲାଗିଛି । ଏସବୁକୁ ଦୃଷ୍ଟିରେ ରଖି ପୁଣିଥରେ କଂଗ୍ରେସ ସୁଦୃଢ଼ ହେବା ପାଇଁ ଅଣ୍ଟାଭିଡ଼ିଛି । ଏହା ମଧ୍ୟରେ ଦେଶର ପ୍ରତ୍ୟେକ ଲୋକସଭା ତଥା ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ଥିତି ଉପରେ ନଜର ରଖିବା ପାଇଁ କଂଗ୍ରେସ ପୂର୍ଣ୍ଣକାଳୀନ ନେତାଙ୍କ ସ୍ଥାୟୀ ନିଯୁକ୍ତି କରିବ ବୋଲି ସୂଚନା ମିଳିଛି । ମିଶନ ୨୦୨୪ଗୁ ଦୃଷ୍ଟିରେ ରଖି କଂଗ୍ରେସ ଏପରି ପଦକ୍ଷେପ ଗ୍ରହଣ କରିଛି । ନେତା ସଂପୃକ୍ତ ସାମାଜିକ, ଭୌଗଳିକ, ରାଜନୈତିକ ସହିତ ଧାର୍ମିକ, ସମ୍ପଦାୟ ସମୀକରଣ ଏବଂ ସ୍ଥାନୀୟ ସମସ୍ୟା ବିଷୟରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅବଗତ କରାଇବେ । ତେବେ ଟିକେଟ ସ୍ଥିର କରିବାରେ ସେମାନଙ୍କର କୌଣସି ଭୂମିକା ରହିବ ନାହିଁ । ଏହି ପଦବୀ ଗୁଡ଼ିକରେ ପ୍ରାୟ ସାଢ଼େ ଛଅ ହଜାର କର୍ମୀଙ୍କୁ ନିଯୁକ୍ତ କରାଯିବ । ଦଳ ଏହି ପୂର୍ଣ୍ଣକାଳୀନ ଅଫିସ୍ ଧାରକଙ୍କ ସାହାଯ୍ୟରେ ସାଂଗଠନିକ ଢ଼ାଞ୍ଚାକୁ ମଜବୁତ କରିବ ।

ରାଜ୍ୟଗୁଡ଼ିକର ସାଧାରଣ ସଚିବ ଏବଂ ସଚିବମାନଙ୍କ କାର‌୍ୟ୍ୟର ନିରନ୍ତର ସମୀକ୍ଷା ହେବ । ସମଗ୍ର ଦେଶରେ ସଂଗଠନର ସମସ୍ତ ଖାଲି ପଦଗୁଡିକ ତିନିରୁ ଛଅ ମାସ ମଧ୍ୟରେ ପୂରଣ ହେବ । ସାଧାରଣ ସଚିବ ଏବଂ ଇନ୍-ଚାର୍ଜର ବୈଠକ ଉଦୟପୁରରୋ ହେବା ପରେ ମହାସଚିବ ଅଜୟ ମାକେନ କହିଛନ୍ତି ଯେ ଶିବିରର ଛୋଟ ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ ହେବ । ରାଜନୈତିକ ଲାଭ ଏବଂ କ୍ଷତି ଆଦର୍ଶ ପ୍ରତି ପ୍ରତିବଦ୍ଧ ଦଳ ପାଇଁ ମାନଦଣ୍ଡ ନୁହେଁ। ଧନୀ-ଗରିବ ବ୍ୟବଧାନ, ଧାର୍ମିକ ଭେଦଭାବ ଦ୍ୱାରା ଭାରତ ଭାଙ୍ଗିଗଲା । ସେଥିପାଇଁ ଭାରତ ଯୋଡୋ ସ୍ଲୋଗାନ ଗ୍ରହଣ କରାଯାଇଛି। ପାଞ୍ଚ ବର୍ଷରୁ ଅଧିକ ସମୟ ପର‌୍ୟ୍ୟନ୍ତ କେହି କୌଣସି ପଦବୀ ଧାରଣ କରିପାରିବେ ନାହିଁ । ବର୍ଷରେ ଥରେ ଏଆଇସିସିର ଅଧିବେଶନ ଅନୁଷ୍ଠିତ ହେବ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts