ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀ ଏମାର ମଠ ପରିସରରେ ସିଂହ ମୂର୍ତ୍ତି ମିଳିବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ବିଜେପି ମୁଖ୍ୟପାତ୍ର ସମ୍ବିତ ପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଖନନ ପୂର୍ବରୁ ଜିପିଆରଏସ୍ କରାଯାଇନାହିଁ । କ’ଣ କ୍ଷତି ହେବ ପ୍ରକଳ୍ପ କରିବା ପୂର୍ବରୁ ଗବେଷଣା କରିନଥିଲେ ରାଜ୍ୟ ସରକାର । ମାଟି ତଳେ ଅନେକ ଭଗ୍ନାବଶେଷ ଲୁଚି ରହିଛି ।
ଉଦବେଗ ପ୍ରକାଶ କରି ସମ୍ବିତ ପାତ୍ର କହିଛନ୍ତି, ଭଗ୍ନମୂର୍ତ୍ତିକୁ ସଂରକ୍ଷଣ ନକଲେ ଆସନ୍ତା ପିଢି କ୍ଷମା ଦେବେ ନାହିଁ । ରାଜ୍ୟ ସରକାର କଳାପାହାଡିଆ ଓ ଜିଦଖୋର ମାନସିକତା ଦେଖାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସମ୍ବିତ ପାତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୂର୍ବରୁ ଅନେକ ଥର ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
