ଉତ୍ତରାଖଣ୍ଡରେ ଆପକୁ ବଡ଼ ଝଟକା; ଦଳ ଛାଡ଼ିଲେ ଆପର ମୁଖ୍ୟମନ୍ତ୍ରୀ ଚେହେରା ଅଜୟ କୋଠିଆଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରାଖଣ୍ଡରେ ଆପକୁ ବଡ଼ ଝଟକା ମିଳିଛି । ତେବେ ଦଳ ଛାଡିଲେ ବିଧାନସଭା ନିର୍ବାଚନରେ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା ଥିବା କର୍ଣ୍ଣେଲ ଅଜୟ କୋଠିଆଲ। ସେ ନିଜର ଇସ୍ତଫା ପତ୍ର ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନିକଟକୁ ପଠାଇଛନ୍ତି। କର୍ଣ୍ଣେଲ ଅଜୟ କୋଠିଆଲ ଇସ୍ତଫାରେ ଲେଖିଛନ୍ତି, ୨୦୨୧ ଏପ୍ରିଲ ୧୯ରେ ସେ ଆପ୍‌ରେ ସାମିଲ୍ ହୋଇଥିଲେ। ଆଉ ଆଜି ୨୦୨୨ ମେ ୧୮ରେ ସେ ପାର୍ଟି ଛାଡୁଛନ୍ତି।

ଅଜୟ କୋଠିଆଲ ଆମ୍ ଆଦମୀ ପାର୍ଟିରେ ପ୍ରାୟ ୧୩ ମାସ ରହିଛନ୍ତି। ସେ କେଜ୍ରିଓ୍ଵାଲଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ କହିଛନ୍ତି, ପୂର୍ବତନ ସୈନିକ, ପୂର୍ବତନ ଅଦ୍ଧ ସାମରିକ ବଳ, ବରିଷ୍ଠ ନାଗରିକ, ମହିଳା, ଯୁବ ବର୍ଗ ଏବଂ ବୁଦ୍ଧିଜୀବୀଙ୍କ ଭାବନାକୁ ଧ୍ୟାନରେ ରଖି ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ଗତ ତିନି ମାସ ପୂର୍ବେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଅଜୟ କୋଠିଆଲ ୨୦୨୨ ଫେବୃଆରୀରେ ଗଙ୍ଗୋତ୍ରୀ ଆସନରୁ ନିର୍ବାଚନ ଲଢିଥିଲେ କୋଠିଆଲ। ନିର୍ବାଚନ ହାରିବା ସହ ତୃତୀୟ ସ୍ଥାନରେ ରହିଥିଲେ ଏବଂ ତାଙ୍କୁ କେବଳ ୫ ହଜାର ଭୋଟ୍ ମିଳିଥିଲା। ଏଠାରୁ ବିଜେପି ପ୍ରାର୍ଥୀ ସୁରେଶ ଚୌହ୍ଵାନ ନିର୍ବାଚନ ଜିତିଥିଲେ।

Related Posts