କୁତବ ମିନାର ନୁହେଁ ତାହା ସୂର୍ଯ୍ୟ ସ୍ତମ୍ଭ; ରାଜା ବିକ୍ରମାଦିତ୍ୟ ଏହାକୁ ତିଆରି କରିଛନ୍ତି: ଏଏସଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧର୍ମବୀର ଶର୍ମା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୁତବ ମିନାରକୁ ନେଇ ବଡ଼ ବୟାନ ଦେଲେ ଏଏସଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧର୍ମବୀର ଶର୍ମା । ଏହାର ନିର୍ମାଣକୁ ନେଇ ସେ ଚାଞ୍ଚଲ୍ୟକର ଖବର ଦେଇଛନ୍ତି । ଏହାକୁ କୁତବୁଦ୍ଧିନ ଆଇବାକ ନୁହେଁ ରାଜା ବିକ୍ରମାଦିତ୍ୟ ତିଆରି କରିଥିବା ସେ କହିଛନ୍ତି । କେବଳ ଏତିକି ନୁହେଁ ଏହା କୁତବ ମିନାର ନହେଁ ସୂର୍ୟ୍ୟ ସ୍ତମ୍ଭ ବୋଲି ସେ ଦାବି କରିଛନ୍ତି । ଏଏସଆଇ ତରଫରୁ ସେଠାରେ ଅନେକ ଥର ସର୍ଭେ ହୋଇଛି । ସୂର୍ୟ୍ୟଙ୍କ ଦିଗ ନିର୍ଣ୍ଣୟ ସହିତ ୨୭ ନକ୍ଷତ୍ରର ଅଧ୍ୟୟନ କରିବାପାଇଁ ସେତେବେଳେ ଏହାକୁ ନିର୍ମାଣ କରାଯାଇଥିଲା । ଏହାର ପ୍ରମାଣ ବି ଏହି ସ୍ତମ୍ଭରେ ଥିବା ସେ କହିଛନ୍ତି ।

ଧର୍ମବୀର ଶର୍ମା କହିଛନ୍ତି କୁତବ ମିନାରର ନିର୍ମାଣ କୁତବୁଦ୍ଦିନ ଆଇବାକ କରିନଥିଲେ । ପଞ୍ଚଦଶ ଶତାବ୍ଦୀରେ ରାଜା ବିକ୍ରମାଦିତ୍ୟ ଏହାକୁ ତିଆରି କରିଥିଲେ । କୁତବମିନାର ୨୫ ଇଞ୍ଚ ଢଳି ରହିଛି । ଏଥି ପାଇଁ ଏହା ଢଳି ରହିଛି କାରଣ ଏହା ସୂର୍ୟ୍ୟଙ୍କ ନିରୀକ୍ଷଣ କରିବା ପାଇଁ ତିଆରି କରାଯାଇଛି । ଏହି ଅଞ୍ଚଳକୁ ପୂର୍ବରୁ ବିଷ୍ଣୁପଦ ପାହାଡ ଭାବେ ଜଣାଯାଉଥିଲା । ଏହି ଅଞ୍ଚଳକୁ ଚୌହାନ, ତୋମାର, ପ୍ରତିହାର ରାଜବଂଶ ଶାସନ କରିଥିଲେ । ତାଙ୍କର କହିବା କଥା, ଏଠି ୨୭ଟି ସଂରଚନା ରହିଛି ଯାହା ୨୭ଟି ଦାମୀ ରତ୍ନରେ ତିଆରି ହୋଇଛି । ଏହାକୁ କୁତବ ମିନାର କୁହାଯାଇଥାଏ । କୁତବ ମିନାରର ଦ୍ୱାରଉତ୍ତରକୁ ରହିଛି, ଯାହା ଧ୍ରୁବ ତାରାକୁ ଦେଖିବା ପାଇଁ ତିଆରି କରାଯାଇଛି । ଏ ଖବର ସାମ୍ନାକୁ ଆସିବର ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts