ଶ୍ରୀଲଙ୍କାରେ ୪୨୦ ହେଲାଣି ପେଟ୍ରୋଲ ଦର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାରେ ୪୨୦ ହେଲାଣି ପେଟ୍ରୋଲ ଦର । । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲ ଦର୨୪.୩% ଏବଂ ଡିଜେଲ ୩୮.୪% ବୃଦ୍ଧି ପାଇଛି। ବୈଦେଶିକ ମୁଦ୍ରା ସଂରକ୍ଷଣ ଅଭାବରୁ ଶ୍ରୀଲଙ୍କା ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ଏହି କାରଣରୁ ଏହି ବୃଦ୍ଧି ଘଟିଛି। ଏପ୍ରିଲ ୧୯ ପରେ ପଡୋଶୀ ଦେଶରେ ଇନ୍ଧନ ମୂଲ୍ୟରେ ଏହା ଦ୍ୱିତୀୟ ବୃଦ୍ଧି।

ଏଥିସହ, ଅଧିକ ବ୍ୟବହାର ହେଉଥିବା ଅକ୍ଟାନେ ୯୨ ପେଟ୍ରୋଲର ଲିଟର ପିଛା ୪୨୦ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୪୦୦ ହୋଇଛି। ଏହା ପୂର୍ବରୁ ପେଟ୍ରୋଲର ଘୋର୍‌ ଅଭାବ ଦେଖାଦେବାରୁ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ‘ନୋ ପେଟ୍ରୋଲ୍‌’ ପୋଷ୍ଟର୍‌ ଲଗାଯାଇଥିଲା। ପେଟ୍ରୋଲ ଟାଙ୍କି ଗୁଡ଼ିକରେ ଦୀର୍ଘ କିମି ବ୍ୟାପୀ ଲମ୍ବା ଧାଡ଼ି ଲାଗିଥିଲା। ସ୍ଥାନୀୟ ଲୋକମାନେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ୍‌ ପାଇଁ ଅପେକ୍ଷା କରିଥିଲେ।

Related Posts