ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ହେଲା ସମାଧାନ | ମାନହାନି ମକଦ୍ଦମା ନେଇ ଚାଲିଥିବା ମାମଲାର ଆସିଲା ରାୟ | ହଲିଉଡ୍ର ପ୍ରସିଦ୍ଧ ଅଭିନେତା ଜନି ଡେପ୍ ଦୀର୍ଘ ଦିନ ଧରି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଏମ୍ବର ହର୍ଡଙ୍କ ସହ ଚାଲିଥିବା ମାନହାନୀ ମାମଲା ବିବାଦର ଶେଷ ହୋଇଛି | ଜନି ଡେପ ତାଙ୍କ ପତ୍ନୀଙ୍କ ବିରୋଧରେ ଜିତିଛନ୍ତି।
ଏଥିସହ ସାତ ଜଣ ସଦସ୍ୟ ଭର୍ଜିନିଆ ଜୁରୀ ଅଭିନେତ୍ରୀ ଏମ୍ବର ହର୍ଡଙ୍କୁ ୧୫ ମିଲିୟନ୍ ଡଲାର୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ କିଛି ସପ୍ତାହ ଧରି ଅଭିନେତା ଜନି ଡେପ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ମାନହାନୀ ମାମଲାକୁ ନେଇ ଏକ ଦୀର୍ଘ ପ୍ରକ୍ରିୟା ଚାଲିଥିଲା। ଶୁକ୍ରବାର ଦିନ ମାମଲାର ଅନ୍ତିମ ତଥା ଶେଷ ଯୁକ୍ତି ପରେ ଆମେରିକାର କୋର୍ଟରେ ତିନି ଦିନ ଧରି ବିଚାର କରିବା ପରେ ଡନି ଡେପଙ୍କ ସପକ୍ଷରେ ଫଇସଲା ଶୁଣାଇଛନ୍ତି। ବର୍ତ୍ତମାନ, ଏମ୍ବର ହର୍ଡ ମାମଲାରେ ତାଙ୍କ ଓକିଲ କହିଛନ୍ତି ଯେ ଡେପଙ୍କ ଓକିଲ ତାଙ୍କୁ ବଦନାମ କରିଛନ୍ତି ଏବଂ ତାଙ୍କର ଦୁବ୍ୟବହାର ଅଭିଯୋଗକୁ ଧୋକା ବୋଲି କହିଛନ୍ତି। ଜନି ଡେପ୍ ଏମ୍ବର ହର୍ଡଙ୍କ ଏହି ବୟାନ୍ ଉପରେ ୫୦ ମିଲିୟନ୍ ଡଲାର୍ ଦାବି କରିବା ସହ ଅନ୍ୟପଟେ ଏମ୍ବର ହର୍ଡ ମଧ୍ୟ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରି ୧୦୦ ମିଲିୟନ ଡଲାର ଦାବି କରିଥିଲେ।
ମାନହାନୀ ମାମଲାରେ ଜିତିବା ପରେ, ବର୍ତ୍ତମାନ ତାଙ୍କ ପତ୍ନୀ ଜନି ଡେପଙ୍କୁ କ୍ଷତିପୂରଣ ବାବଦରେ ୧୫ ମିଲିୟନ୍ ଡଲାର୍ ଦେବେ ।
