ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଅନେକ ଦେଶରେ ଦେଖା ଦେଇଛି ଖାଦ୍ୟର ଘୋର ସମସ୍ୟା | ଏପରିକି ନକେ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆ ହୋଇଯାଇଛି | ତେବେ ଏହି ସଙ୍କଟ ସ୍ଥିତି ମଧ୍ୟରେ ଭାରତକୁ ତୁର୍କୀ ଗହମ ଫେରାଇ ଦେଇଛି ।
ତୁର୍କୀ କହିଛି ଯେ, ଭାରତରେ ଗହମରୁ ରୁବେଲା ଭାଇରସ୍ ମିଳିଛି । ଭାରତର ଗହମରେ ଫାଇଟୋସେନିଟାରୀ ସମସ୍ୟା ରହିଛି । ଏହାପରେ ଗତ ୨୯ ତାରିଖରେ ଭାରତରୁ ଯାଇଥିବା ଗହମ ଫେରାଇ ଦେଇଛି ।
ଏସଆଣ୍ଡପି ଗ୍ଲୋବାଲ କମୋଡିଟି ଇନସାଇଟ୍ସର ରିପୋର୍ଟ ମୁତାବକ, ଜାହାଜରେ ୫୬,୮୭୭ ଟନ୍ ଗହମ ଭାରତରୁ ତୁର୍କୀକୁ ରପ୍ତାନୀ ହୋଇଥିଲା । ଏବେ ଏହି ଜାହାଜକୁ ତୁର୍କୀରୁ ଗୁଜୁରାଟର କାନ୍ଧଲା ବନ୍ଦରକୁ ଫେରାଇ ଦିଆଯାଇଛି । ଇସ୍ତାନବୁଲର ଜଣେ ବ୍ୟବସାୟୀ କହିଛନ୍ତି ଯେ, ଭାରତର ଗହମରେ ରୁବେଲା ଭାଇରସ୍ ମିଳିଛି । ଏହି କାରଣରୁ ତୁର୍କୀର କୃଷି ମନ୍ତ୍ରଣାଳୟ ଏହି ଗହମ ଜାହାଜକୁ ଗ୍ରହଣ କରିବାକୁ ମନାକରିଦେଇଛନ୍ତି ।
ଚଳିତ ବର୍ଷ ଲୁ ପ୍ରବାହ ଯୋଗୁଁ ଦେଶରେ ଗହମ ରପ୍ତାନୀ ହ୍ରାସ ପାଇଥିବାବେଳେ ବିଦେଶକୁ ଗହମ ରପ୍ତାନୀ ଉପରେ ରୋକ ଲଗାଇଥିଲେ ଭାରତ ସରକାର । ହେଲେ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡର ଇକୋନୋମିକ୍ ଫୋରୋମରେ ଏହାର ମୁଖ୍ୟ ଭାରତର ଏପରି ଅଭିମୁଖ୍ୟକୁ ଭୁଲ ବୋଲି ଦର୍ଶାଇବା ସହ ଏହା ଉପରେ ପୁନର୍ବାର ବିଚାର କରିବାକୁ ମୋଦୀ ସରକାରଙ୍କୁ ନିବେଦନ କରିଥିଲେ । କାରଣ ଭାରତର ଏପରି ନିଷ୍ପତ୍ତିରେ ପରୋକ୍ଷ ଭାବେ ଅନେକ ରାଷ୍ଟ୍ରରେ ଖାଦ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଥିବା ସେ କହିଥିଲେ ।
ଏହାପରେ ଭାରତ ସରକାର ପୁଣି ଥରେ ବିଭିନ୍ନ ଦେଶକୁ ଗହମ ରପ୍ତାନୀ ଆରମ୍ଭ କରିଥିଲେ | ତୁର୍କୀ ସହ ମିଶରକୁ ଭାରତ ୬୦୦୦୦ ଟନ୍ ଗହମ ପଠାଇଛି ।





