ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜେଲ ଗଲେ ହି ନ୍ଦୋଳ ଏସଡିପିଓ । ତେବେ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଢ଼େଙ୍କାନାଳ ଜିଲ୍ଲାର ହିନେ୍ଦାଳ ଏସଡିପିଓ ମଳୟ କିଶୋର ନାୟକଙ୍କୁ ଆଜି ଢ଼େଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ବିଚାରପତି ଛୁଟିରେ ଯାଇଥିବାରୁ ଦାୟିତ୍ୱରେ ଥିବା ବିଚାରପତି ତାଙ୍କୁ ୭ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ।
ଅନ୍ୟପଟେ ଭିଜିଲାନ୍ସ ପକ୍ଷରୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଛି । ଏହା ଉପରେ ଆସନ୍ତା କାଲି ଶୁଣାଣି ହେବ । ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁ୍ୟଟର ରାକେଶ ସାହୁ ମାମଲା ପରିଚାଳନା କରୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ମଳୟ ନାୟକଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ ମାମଲା ପରିଚାଳନା କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





