ସମ୍ରାଟ ପୃଥ୍ୱୀରାଜ ଫିଲ୍ମକୁ ଟ୍ୟାକ୍ସ ଫ୍ରି’ଘୋଷଣା କଲେ ଯୋଗୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମ୍ରାଟ ପୃଥ୍ୱୀରାଜ ଫିଲ୍ମକୁ ଟ୍ୟାକ୍ସ ଫ୍ରି’ଘୋଷଣା କଲେ ଯୋଗୀ ଆଦିତ୍ୟନାଥ । ତେବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ମାନଷୀ ଛିଲରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ସମ୍ରାଟ ପୃଥ୍ୱୀରାଜକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଫିଲ୍ମଟି ଆସନ୍ତା କାଲି ରିଲିଜ ହେବାକୁ ଯାଉଛି ।

ଏହା ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଫିଲ୍ମ ପାଇଁ ରାଜ୍ୟରେ ଟିକସମୁକ୍ତ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଫିଲ୍ମର ପ୍ରଶଂସା କରିବା ସହ ଭାରତର ସମୃଦ୍ଧ ସଂସ୍କୃତି ପ୍ରଦର୍ଶନ କରିଥିବାରୁ ନିଦେ୍ର୍ଦଶକ ଏବଂ କଳାକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଅକ୍ଷୟ କୁମାର ଭାରତର ଇତିହାସକୁ ସୁନ୍ଦର ଭାବରେ ଦର୍ଶାଇଛନ୍ତି । ଏହି କାରଣରୁ ମୁଁ ସମସ୍ତ ଟିମକୁ ଅଭିନନ୍ଦନ ଜଣାଉଛି ବୋଲି ଆଦିତ୍ୟନାଥ କହିଛନ୍ତି ।

Related Posts