ଦିଲ୍ଲୀରେ ହରିଜନ ଶବ୍ଦ ବଦଳରେ ବ୍ୟବହାର ହେବ ଡକ୍ଟର ଆମ୍ବେଦକରଙ୍କ ନାଁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ହରିଜନ ଶବ୍ଦ ବଦଳରେ ବ୍ୟବହାର ହେବ ଡକ୍ଟର ଆମ୍ବେଦକରଙ୍କ ନାଁ । ଏପରି ଏକ ନିଷ୍ପତ୍ତି ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏବେଠାରୁ ହରିଜନ ବସ୍ତିଗୁଡ଼ିକୁ ଡକ୍ଟର ଆମ୍ବେଦକର ବସ୍ତି ବୋଲି କୁହାଯିବ । ଏହାପୂର୍ବରୁ ଦିଲ୍ଲୀ ସରକାରଙ୍କ ସମସ୍ତ କାର୍ୟ୍ୟାଳୟରେ ଡକ୍ଟର ଆମ୍ବେଦକର ଏବଂ ଭଗତ ସିଂହଙ୍କ ଫଟୋ ଲଗାଇବାକୁ ଆପ୍ ନିର୍ଦ୍ଦେଶ ଦେଇଥିଲେ । ଦେଖିବାକୁ ଗଲେ ଦିଲ୍ଲୀର ଆନୁମାନିକ ପ୍ରାୟ ୧୬.୭୫ ପ୍ରତିଶତ ।

ଏହାକୁ ଆଖି ଆଗରେ ରଖି ଆଗାମୀ ପୌର ନିର୍ବାଚନ ପାଇଁ କେଜ୍ରିୱାଲ ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କେଜ୍ରିୱାଲ ସରକାରଙ୍କ ଏହି ନିଷ୍ପତ୍ତି ତାଙ୍କ ରଣନୀତିର ଏକ ଅଂଶ, ଯେଉଁଥିରେ ଅରବିନ୍ଦ କେଜ୍ରିୱାଲ ଦଳିତ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଗଠନ କରିବା ପରେ ଆମ୍ ଆଦମୀ ପାର୍ଟି ଏବେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି।

Related Posts