ବାଲ୍ୟ ବିବାହକୁ ନେଇ ଆସିଲା ଜାତୀୟ ପରିବାର ସ୍ବାସ୍ଥ୍ୟର ସର୍ଭେ ରିପୋର୍ଟ: ଆଗରେ ଆନ୍ଧ୍ରପ୍ରଦେଶ, ପଛରେ ଜମ୍ମୁକାଶ୍ମୀର

ଶ୍ରୀନଗର: ଭାରତରେ ବାଲ୍ୟ ବିବାହକୁ ନେଇ ଜାତୀୟ ପରିବାର ସ୍ବାସ୍ଥ୍ୟ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଏହି ତାଲିକାର ସର୍ବନିମ୍ନରେ ରହିଛି ଜମ୍ମୁକାଶ୍ମୀର । ଏଠାରେ ଯୁବତୀଙ୍କ ନିର୍ଦ୍ଧାରିତ ବୟସ ପରେ ହିଁ ବିବାହ କରାଯାଉଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ର ସର୍ଭେ ରିପୋର୍ଟରୁ ପ୍ରକାଶ ପାଇଥିବା ବେଳେ, ତା ପଛକୁ ହିମାଚଳ ପ୍ରଦେଶ, ଗୋଆ, ନାଗାଲାଣ୍ଡ, କେରଳ ଓ ପୁଡ଼ୁଚେରୀ ରହିଛି ।

ସେହିପରି ଆନ୍ଧ୍ରପ୍ରଦେଶରେ ପ୍ରାୟ ୩୩% ଯୁବତୀ ଏହାର ଶିକାର ହେଉଥିବା ବେଳେ ଆସାମରେ ୩୨%, ଦାଦ୍ରା ନଗର ହାବେଳୀ ଓ ଡାମନ ଡିଉରେ ୨୮%, ତେଲେଙ୍ଗାନାରେ ୨୭%, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୨୫% ବାଲ୍ୟ ବିବାହ ହେଉଛି । ବିଶେଷଜ୍ଞଙ୍କ ମତରେ ଶିକ୍ଷିତ ହାରରେ ଅଭିବୃଦ୍ଧି ଘଟିବା ପରେ ଏବେ ପୁଅଙ୍କ ଅପେକ୍ଷା ଝିଅମାନଙ୍କ କ୍ୟାରିଅର ଉପରେ ମଧ୍ୟ ପିତାମାତା ଫୋକସ୍‌ କରୁଛନ୍ତି । ଉଚ୍ଚଶିକ୍ଷା ଯୋଗାଇବା ପରେ ଝିଅମାନଙ୍କ ବିବାହ ମଧ୍ୟ ବିଳମ୍ବରେ କରାଯାଉଛି ।୧୮ରୁ ୨୯ ବର୍ଷ ବୟସର ପ୍ରାୟ ୨୫ ପ୍ରତିଶତ ମହିଳା ଭାରତରେ ୧୮ ବର୍ଷର ବୟସ ପୂର୍ବରୁ ବିବାହ କରିଛନ୍ତି । ଏହାପୂର୍ବରୁ କାଶ୍ମୀରରେ ବାଲ୍ୟ ବିବାହ ବ୍ୟାପକ ରହିଥିଲା । ବର୍ତ୍ତମାନ ସରକାରୀ ଯୋଜନା ଯେପରିକି ‘ଲାଡଲି ବେଟି’, ‘ହୌସଲା’ ଏବଂ ଅନ୍ୟାନ୍ୟ ମହିଳା ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଇନ ପ୍ରଣୟନକାରୀ ସଂସ୍ଥା ମଧ୍ୟ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ କଡା ନିଷେଧାଦେଶ ସହିତ ବାଲ୍ୟ ବିବାହ ଆଇନ ୨୦୦୬ ଲାଗୁ କରାଯାଇଛି ।

Related Posts