ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲୋକସଭା ଉପନିର୍ବାଚନ ପାଇଁ ଆଜମଗଡ଼ରୁ ଭୋଜପୁରୀ ଅଭିନେତାଙ୍କୁ ଟିକେଟ ଦେଲା ବିଜେପି । ସେପଟେ ୨୦୧୯ ଲୋକସଭା ନିର୍ବାଚନରେ ଦିନେଶ ଲାଲ ଯାଦବ ବିଜେପି ଟିକେଟରେ ଆଜମଗଡ ଆସନରୁ ଲଢ଼ିଥିଲେ। କିନ୍ତୁ ସେ ନିର୍ବାଚନ ହାରିଯାଇଥିଲେ। ଏହାବ୍ୟତୀତ ବିଜେପି ରାମପୁର ଆସନ ପାଇଁ ମଧ୍ୟ ପ୍ରାର୍ଥୀ କିଏ ହେବ ତାହା ନିଷ୍ପତ୍ତି ନେଇସାରିଛି। ରାମପୁର ଆସନ ପାଇଁ ବିଜେପି ଘନଶ୍ୟାମ ଲୋଧିଙ୍କୁ ମଇଦାନକୁ ଓହ୍ଲାଇବ। ପୂର୍ବରୁ ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭୀଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା।
ଅନ୍ୟପଟେ ଆଜମଗଡ ଆସନ ଅଖିଲେଶ ଯାଦବ ଏବଂ ରାମପୁର ଆସନ ଆଜମ ଖାନ୍ଙ୍କ ଲୋକସଭା ସଦସ୍ୟରୁ ଇସ୍ତଫା ଦେବା ପରେ ଖାଲି ପଡିଥିଲା। ସେପଟେ ଶୁକ୍ରବାର ଦିନ ନିରହୁଆ ମଧ୍ୟ ତାଙ୍କ ଦାବିବାର ପାଇଁ ଏକ ଟ୍ୱିଟର ପୋଷ୍ଟ କରିଥିଲେ। ଏହି ପୋଷ୍ଟର ମାଧ୍ୟମରେ ଦୀନେଶ ଲାଲ ଯାଦବ ଓରଫ ନିରହୁଆ ଭୋଜପୁରୀ ଭାଷାରେ ଏକ ସ୍ଲୋଗାନ ଦେଇ ପଦ୍ମ ଚିହ୍ନରେ ଭୋଟ ଦେବା ପାଇଁ କହିଥିଲେ। ଏଭଳି ସ୍ଲୋଗାନ ଦେଇ ଉପ-ନିର୍ବାଚନରେ ବିଜେପିକୁ ଜିତାଇବା ପାଇଁ ନିରହୁଆ ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ।





