ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜର ନିର୍ଭୀକ ବୟାନ ପାଇଁ ବେଶ ଚର୍ଚ୍ଚାରେ ରହିଥାନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । ସେ ନିଜ ଦଳକୁ ନେଇ ହେଉ କିମ୍ବା ବିରୋଧୀ ଦଳ ହେଉ ନିର୍ଭିକ ଭାବରେ ନିଜର ମନ୍ତବ୍ୟ ରଖିଥାନ୍ତି ସୁବ୍ରମଣ୍ୟମ ସ୍ୱାମୀ । ଏହା ମଧ୍ୟରେ ସ୍ୱାମୀ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଟ୍ୱିଟର ଜବାବ ଦେଇଥିବାର ଦେଖିବାକୁ ମିଳିଛି । ତେବେ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଏକ ଟୁଇଟର ଜବାବରେ କହିଛନ୍ତି ଯେ ଆମ ଦୁହେଁ ସମାନ ରାସ୍ତାରେ ଯାଉଛେ କିନ୍ତୁ ଆମର ଲେନ ଅଲଗା ଅଟେ । ମୁଁ ଡାହାଣକୁ ବୁଲିବି ଏବଂ ତୁମେ ବାମକୁ ବୁଲିବ ବୋଲି ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ସେପଟେ ବିଜେପି ଦିଗବିଜୟ ସିଂଙ୍କୁ ଆଣ୍ଟି ହିନ୍ଦୁ ବୋଲି ଦର୍ଶାଉଛି ଏବଂ ଦିଗବିଜୟ ସିଂ ନିଜକୁ ଜଣେ ପ୍ରକୃତ ହିନ୍ଦୁ ବୋଲି କହୁଛନ୍ତି। ବର୍ତ୍ତମାନ ଯେତେବେଳେ ହିନ୍ଦୁତ୍ୱ ନେତା ଭାବରେ ଜଣାଶୁଣା ସ୍ୱାମୀ ନିଜ ସରକାରକୁ ବୈଦେଶିକ ନୀତିଠାରୁ ଆରମ୍ଭ କରି ଅର୍ଥନୈତୀକ ନୀତି ପର୍ୟ୍ୟନ୍ତ ଘେରି ରହୁଥିବାବେଳେ ବର୍ତ୍ତମାନ ସ୍ୱାମୀଙ୍କୁ କଂଗ୍ରେସର ମଧ୍ୟ ସମର୍ଥନ ମିଳିବାରେ ଲାଗିଛି । କିନ୍ତୁ ନ୍ୟାସନାଲ ହେରାଲ୍ଡ ମାମଲା ମାଧ୍ୟମରେ ସ୍ୱାମୀ ଗାନ୍ଧୀ ପରିବାରକୁ ଘେରି ରହିଛନ୍ତି।
ଅନ୍ୟପଟେ ଯେତେବେଳେ ନୁପୁର ଶର୍ମା ମାମଲାରେ ସ୍ୱାମୀ ମୋଦୀ ସରକାରଙ୍କୁ ଘେରି ରହିଥିଲେ, ସେତେବେଳେ ଦିଗବିଜୟ ସିଂ କହିଥିଲେ ମୁଁ ଏଥିରେ ସହମତ। ତେବେ ସ୍ୱାମୀଜୀ ଆମେ କ’ଣ କରିବା? ଟ୍ୱିଟର-ଟ୍ୱିଟର ଚଲାଇବା ନା ସେଗୁଡ଼ିକୁ ଗମ୍ଭୀରତାର ସହ ନେବା? ଏହା ପରେ ସ୍ୱାମୀ କହିଛନ୍ତି- “ଏହା ଉପରେ ନିର୍ଭର କରେ ଯେ ମୁଁ ତୁମ ଦୃଷ୍ଟିରେ ଜଣେ ହିନ୍ଦୁ ଆତଙ୍କବାଦୀ କି ନୁହେଁ? ତା’ପରେ ଦିଗବିଜୟ ସିଂ କହିଛନ୍ତି- “ତୁମେ ଆଉ ହିନ୍ଦୁ ଆତଙ୍କବାଦୀ? ଏଥିରେ କୌଣସି ପ୍ରଶ୍ନ ନାହିଁ, ସ୍ୱାମୀଜୀ। ଏହି ଟ୍ୱିଟ୍ ପରେ ସ୍ୱାମୀ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି- “ସମାନ ରାଜପଥରେ ଆମେ ଚାଲୁଛୁ କିନ୍ତୁ ଆମର ଲେନ ଅଲଗା । ଯେତେବେଳେ ଆମେ ଆମର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା, ମୁଁ ଡାହାଣକୁ ବୁଲିବି ଏବଂ ତୁମେ ବାମକୁ ବୁଲିବ, ଯେପରି ରୁଜଭେଲ୍ଟ ଏବଂ ଷ୍ଟାଲିନ୍ ୧୯୪୫ ରେ କରିଥିଲେ ଜ୍ଝ ଉଭୟେ ଇଟାଲୀୟମାନଙ୍କୁ ବାହାରେ ରଖିଥିଲେ ବୋଲି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।
