ପ୍ରଧାନମନ୍ତ୍ରୀ ଭାରତର ମୁସଲମାନଙ୍କ ଅଭିଯୋଗ ଶୁଣିଲେନି, ଆରବଦେଶରେ ବିରୋଧ ପରେ ଚେତା ପଶିଲା: ଓୱେଶୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିବାଦୀୟ ମନ୍ତବ୍ୟ ଦେଇ ବିଜେପିରୁ ନୁପୁର ଶର୍ମା ଓ ନବୀନ ଜିନ୍ଦଲ ନିଲମ୍ବିତ ହୋଇଛନ୍ତି । ସେପଟେ ଦୁଇ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଏଆଇଏମଆଇଏମ୍ ମୁଖ୍ୟ ଆସାଦୁଦ୍ଦିନ ଓୱାଇସି କେନ୍ଦ୍ରରେ ସରକାର ଉପରେ ଆକ୍ରମଣ କରିଛନ୍ତି । ତେବେ ବିଜେପି ଏହାର ଉଭୟ ନେତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରିଛି । ପ୍ରାୟ ୧୦ ଦିନ ପୂର୍ବରୁ ଉଭୟଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ଥିଲା । ଗଲ୍ଫ ଦେଶରେ ଭାରତ ବିରୋଧରେ ସ୍ୱର ଉତ୍ତୋଳନ କରିବା ପରେ ବିଜେପିକୁ ଚେତାପଶିଲା । ଏହା ପରେ ନେତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଓୱାଇସି ଦାବି କରିଛନ୍ତି।

କେବଳ ଏତିକି ନୁହେଁ ବରଂ ଗଲ୍ଫ ଦେଶରେ ଏହି ପ୍ରସଙ୍ଗ ବଡ ହେବାରେ ଲାଗିଛଇ । ତେଣୁ ବାଧ୍ୟତାମୂଳକ ଭାବେ ଦେଶର ପ୍ରଧାନମନ୍ତ୍ରୀ ତାଙ୍କ ଜାତୀୟ ମୁଖପାତ୍ରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହା ଭୁଲ ଅଟେ କାରଣ ସେମାନଙ୍କୁ ୧୦ ଦିନ ପୂର୍ବରୁ ଏହି କାର୍ୟ୍ୟ କରିବାକୁ କୁହାଯାଇଥିଲା । ତୁମେ ମୋର ପ୍ରଧାନମନ୍ତ୍ରୀ, ତୁମେ ମୋ କଥା ଶୁଣିବା ଉଚିତ୍ । ହେଲେ ଆମ ପ୍ରଧାନମନ୍ତ୍ରୀ ବିଦେଶୀ ଦେଶର ନେତାମାନଙ୍କୁ ଖୁସି କରିବାକୁ ଚାହୁଁଛନ୍ତି। ଆପଣ ତାଙ୍କ ଦୁଃଖକୁ ବୁଝୁଛନ୍ତି ହେଲେ ଆମର ନୁହଁ ବୋଲି ଓୱଇସି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts