ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ଦିନ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରାଙ୍କୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ସୁବାଷ ଚନ୍ଦ୍ରା କହିଥିଲେ ଯେ ଜୁନ୍ ୧୦ ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଆଠ ଜଣ କଂଗ୍ରେସ ବିଧାୟକ ତାଙ୍କୁ ଭୋଟ୍ ଦେଇପାରନ୍ତି ବୋଲି କହିଥିଲେ । ଯାହାକୁ ନେଇ ବର୍ତ୍ତମାନ ରାଜନୀତି ବେଶ ସରଗରମ ହୋଇ ଉଠିଛି । ସେପଟେ ଏହାର ଜବାବ ଦେଇ ସଚିନ ପାଇଲଟ କହିଛନ୍ତି ଯେ ରାଜସ୍ଥାନର ସ୍ୱାଧୀନ ପ୍ରାର୍ଥୀଙ୍କୁ ଏକ ପରାମର୍ଶ – ୧୦ ତାରିଖରେ ଭୋଟ୍ ଦେବା ପୂର୍ବରୁ ପ୍ରତିଯୋଗିତାରୁ ଦୂରେଇ ରହିବା ଭଲ।

ଅପମାନିତ ହେବା ଅପେକ୍ଷା ନମ୍ର ହେବା ଭଲ” ବୋଲି ଶ୍ରୀ ପାଇଲଟ୍ ଟ୍ୱିଟ୍ କରିଛନ୍ତି। ଏହା ସହ ରାଜନୀତି ଏକ ଟିଭି ଧାରାବାହିକ ଭଳି ନୁହେଁ ଯେଉଁଠାରେ ଆପଣ ନିଷ୍ପତ୍ତି ନେବେ କିଏ କଣ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଶ୍ରୀ ଚନ୍ଦ୍ର ଦାବି କରିଥିଲେ ଯେ ରାଜ୍ୟସଭା ନିର୍ବାଚନରେ ଆଠ ଜଣ କଂଗ୍ରେସ ବିଧାୟକ ତାଙ୍କୁ ଭୋଟ୍ ଦେଇପାରନ୍ତି ଏବଂ ଶ୍ରୀ ପାଇଲଟଙ୍କୁ ମଧ୍ୟ ପାର୍ଶ୍ୱ ପାର ହେବାକୁ କହିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।