ସେମାନେ ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ମୁକା ଖାଇଥିଲେ। ଏଥର ବି ଖାଇବ। ସତ ଜିତିବ, ବହୁମତରେ ଜିତିବ, ପ୍ରଜାତନ୍ତ୍ର ଜିତିବ ଓ ଆଇନ ଜିତିବ। ମିଛର ଆବରଣ ପିନ୍ଧୁଥିବା ଲୋକେ ଯେମିତି ଦିନ ସୀତା ମାଆଙ୍କର ଚୀରହରଣ(ବସ୍ତ୍ରହରଣ) ହୋଇଥିଲା ସେମିତି ସେମାନେ ପ୍ରଜାତନ୍ତ୍ରର ବସ୍ତ୍ରହରଣ କରିବାକୁ ଚାହୁଁଛନ୍ତି। ସେମାନେ ନିଶ୍ଚୟ ହାରିବେ ବୋଲି ରଣଦୀପ ସୁରଜେୱାଲା କହିଛନ୍ତି । ଅନ୍ୟପଟେ ସୂର୍ୟେୱାଲା ପ୍ରକୃତରେ ଦ୍ରୌପଦୀଙ୍କର ବସ୍ତ୍ରହରଣ କଥା କହୁଥିଲେ। ହେଲେ ସୀତାଙ୍କ କଥା କହିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ସୂର୍ୟେୱାଲାଙ୍କର ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
