ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ବେଆଇନ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତୈନ୍ଦ୍ର ଜୈନ । ତେବେ ଏହି ମାମଲାର ଶୁଣାଣି କରି ରୋଜ ଏଭେନ୍ୟୁ କୋର୍ଟ ସତୈନ୍ଦ୍ରଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ସେପଟେ ଇଡି ଗତ ମେ ୩୦ରେବେଆଇନ ଅର୍ଥ କାରବାର ମାମଲାରେ ତାଙ୍କୁ ଗିରଫ କରିଥିଲା। ସେହିପରି ସତ୍ୟେନ୍ଦ୍ର ରୋଜଏଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି।
ତେବେ ଏହି ମାମଲାର ଶୁଶାଣି ମଙ୍ଗଳବାର ସକାଳ ୧୧ଟାରେ ହେବ । ଗତ ମେ ୩୧ ରୁ ଅର୍ଥ ହେରଫେର ମାମଲାରେ ଇଡି ସତୈନ୍ଦ୍ରଙ୍କୁ ରିମାଣ୍ଡରେ ନେଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
