ପାଟନା: ବିହାରର ମୋକମା ବିଧାୟକ ଅନନ୍ତ ସିଂ ଦୋଷୀ ସାବ୍ୟସ୍ତ । ନିଷିଦ୍ଧ ଆଧୁନିକ ଅସ୍ତ୍ର ଏକେ-୪୭ ରଖିବା ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ମାନ୍ୟବର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ତେବେ ତାଙ୍କୁ ଏନେଇ କଣ ଦଣ୍ଡ ମିଳିବ ସେନେଇ ଜୁନ ୨୧ରେ ଦଣ୍ଡବିଧାନ ଉପରେ ଶୁଣାଣି ହେବ। ୨୦୨୦, ଅକ୍ଟୋବର ୧୫ରେ ବିଧାୟକ ଅନନ୍ତ ସିଂ ଏବଂ କେୟାର୍‌ ଟେକର୍‌ ସୁନୀଲ ରାମଙ୍କ ବିରୋଧରେ ଏମ୍‌ପି-ବିଧାୟକ ବିଧାୟକ କୋର୍ଟ ଏକ ମାମଲା ଦାୟର କରାଯାଇଥିଲା।

ସୂଚନାଯୋଗ୍ୟ, ପାଟନା ପୋଲିସର ଏକ ଟିମ୍‌ ଅଗଷ୍ଟ ୧୬,୨୦୧୯ରେ ଲଡୱାନ ଗାଁରେ ଥିବା ମୋକାମା ବିଧାୟକ ଅନନ୍ତ କୁମାର ସିଂଙ୍କ ପୈତୃକ ଘରେ ଚଢାଉ କରିଥିଲା। ଏହି ଚଢାଉରେ ପୋଲିସ ମୋକାମା ବିଧାୟକଙ୍କ ଘରୁ ନିଷିଦ୍ଧ ଅସ୍ତ୍ର ଏକେ-୪୭ ଏବଂ ଦୁଇଟି ଗ୍ରେନେଡ ଜବତ କରିଥିଲା। ଏହି ମାମଲାରେ ବିଧାୟକଙ୍କୁ ଗିରଫ କରାଯାଇଥିଲା ।