୨୩ ବର୍ଷୀୟ ମୁସଲମାନ ଯୁବକଙ୍କ ଛାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟାଟୁ

ଲକ୍ଷ୍ନୌ: ଦେଶରେ ଅନେକ ସମୟରେ ସାମ୍ପ୍ରଦାୟିକତା ନାମରେ ଅନେକ ହିଂସା ଘଟୁଛି । ଯାହାର ପରିଣତି ଭୟଙ୍କର ଘଟୁଛି । ହିଂସା ର ନିଆଁ ରେ ସବୁ କିଛି ଯେପରି ଜଳି ପୋଡ଼ି ପାଉଁଶ ହୋଇ ପଡୁଛି ।

ତେବେ ଏହାରି ମଧ୍ୟରେ ୟୁପିର ଜଣେ ମୁସଲମାନ ଯୁବକ ଭାଇଚାରାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଏବେକାର ଯୁବ ପିଢ଼ି ଙ୍କ ପାଇଁ ଟାଟୁ କରିବା ଏକ ଫ୍ୟାସନ ହୋଇପଡିଥିବା ବେଳେ, କିଏ ନିଜ ବାପା ମା ଙ୍କ ନା ଲେଖୁଛି ତ ଆଉ କିଏ ନିଜ ପ୍ରେମିକ ଓ ପ୍ରେମିକା ର ନାଁ ଲେଖୁଛି । ଆଉ କିଏ ନିଜ ପ୍ରିୟ ଖେଳାଳିଙ୍କ ନାଁ ଲେଖୁଛି। ତେବେ ଜଣେ ୨୩ ବର୍ଷୀୟ ମୁସଲମାନ ଯୁବକ ୟାମିନ ସିଦ୍ଦିକି ଛାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି।

ୟାମିନ୍‌ କହିଛନ୍ତି, ଯୋଗୀ ତାଙ୍କର ଆଦର୍ଶ ଏବଂ ଯୋଗୀଙ୍କ ଜନ୍ମଦିନରେ ଏହି ଟାଟୁ କରି ନିଜକୁ ଏକ ଉପହାର ଦେଇଛନ୍ତି। ୟାମିନି ଫାରୁଖାବାଦ ଏବଂ ମେନପୁରୀ ଜିଲା ସୀମାରେ ଥିବା ଏକ ଗାଁରେ ରୁହନ୍ତି। ଏଠାରେ ସେ ଏକ ଚପଲ ଦୋକାନ କରିଛନ୍ତି।
ୟାମିନ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ, ଟାଟୁ କରିବା ପରେ ସେ ତାଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଦ୍ୱାରା ବହୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି କିନ୍ତୁ ସେ ଏଥିରେ ବିବ୍ରତ ନୁହଁନ୍ତି। ତାଙ୍କ ଇଚ୍ଛା ହେଉଛି ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ଏବଂ ତାଙ୍କୁ ଟାଟୁ ଦେଖାଇବା। ତାଙ୍କ ପ୍ରତି ମୋର ବହୁତ ଭଲପାଇବା ଏବଂ ସମ୍ମାନ ଅଛି। କ୍ଷମତାକୁ ଆସିବା ପରେ ସେ ଉତ୍ତରପ୍ରଦେଶକୁ ପରିବର୍ତ୍ତନ କରିଛନ୍ତି। ହିନ୍ଦୁ ଏବଂ ମୁସଲମାନମାନେ ସମସ୍ତ କଲ୍ୟାଣକାରୀ ଯୋଜନାର ଲାଭ ପାଉଛନ୍ତି। ଯୋଗୀ-ମୋଦିଙ୍କ ଯୋଜନା ସମଗ୍ର ସମାଜ ପାଇଁ ଅଟେ। ସେମାନେ ଭଲ ସରକାର ଚଳାଉଛନ୍ତି। ଏହା ମୋତେ ପ୍ରଭାବିତ କରିଛି।

Related Posts