ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଖାରଜ କଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ସେପଟେ ରାଉଜ ଆଭେନ୍ୟୁରେ ଥିବା ସ୍ୱତନ୍ତ୍ର ଜଜ୍ ଗୀତାଞ୍ଜଳି ଗୋଏଲଙ୍କ ଖଣ୍ଡପୀଠ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ ଖାରଜ କରି କହିଛନ୍ତି ବର୍ତ୍ତମାନ ତାଙ୍କୁ ଜାମିନ ପ୍ରଦାନ କରିବା ଠିକ ହେବ ନାହିଁ। ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ତଦନ୍ତ ଜାରି ରହିଛି। ଏବେ ବି ଇଡି ଚଢ଼ାଉ ଜାରି ରହିଛି। ଆଉ କୋର୍ଟ କହିଛନ୍ତି ଯେ ତେଣୁ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଖାରଜ କରାଯାଇଛି । ସୂଚନା ଥାଉ କି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯିବା ପରେ ତାଙ୍କ ପାଖରେ ଥିବା ସମସ୍ତ ବିଭାଗ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଦିଆଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ମନି ଲଣ୍ଡରିଂ ଆକ୍ଟ (ଚଗଖଇ) ର ଅପରାଧିକ ବିଭାଗ ଅଧୀନରେ ଆମ୍ ଆଦମୀ ପାର୍ଟି (ଏଏପି) ନେତା ତଥା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନାଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଆୟଠାରୁ ଅଧିକ ସମ୍ପତ୍ତି ଜବତ ଓ ମନି ଲଣ୍ଡ୍ରିଙ୍ଗ (ବେଆଇନ ଅର୍ଥ କାରବାର) ଅଭିଯୋଗରେ ଗତ ମେ ୩୦ରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ଏହା ସହିତ ଇଡି ପକ୍ଷରୁ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ସହଯୋଗୀଙ୍କ ଘରେ ଚଢଉ କରି ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ କରାଯାଇଥିଲା । ଏହା ସହିତ କେତେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିଲା । ତାଙ୍କ ପତ୍ନୀ ଓ ଝିଅଙ୍କ ନାମରେ ୧୬ କୋଟିର ଠକେଇ ଅଭିଯୋଗ ମଧ୍ୟ ରହିଛି ।