ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ କଂଗ୍ରେସର ସମସ୍ତ ୯ ବିଧାୟକଙ୍କୁ ଦିଲ୍ଲୀ ଡ଼ାକରା । ସମସ୍ତେ ଆଜି ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ବାହାରିବେ । ଏନେଇ ବିଧାୟକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି । ସେପଟେ ନ୍ୟାସନାଲ ହେରାଲ୍ଡ ଅର୍ଥ ହେରଫେର୍ ମାମଲାରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଛି । ଇତିମଧ୍ୟରେ ରାହୁଲଙ୍କୁ ୪ ଥର ଜେରା କରିସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।
ମଙ୍ଗଳବାର ମଧ୍ୟ ରାହୁଲଙ୍କୁ ଜେରା ପାଇଁ ଡାକିଛି ଇଡି । ତେବେ ଇଡିର ଏହି ନୋଟିସ୍କୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଥିବାର ସୂଚନା ମିଳିଛି । ଏହା ସହ ସଙ୍ଗଠନକୁ କିପରି ମଜବୁତ କରାଯିବ ଓ ଆଗାମୀ ୨୦୨୪ ନିର୍ବାଚନ ଉପରେ ଦଳର ଆଭିମୁଖ୍ୟ ନେଇ ଆଲୋଚନା ହୋଇାପରେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
