ନୂଆଦିଲ୍ଲୀ : ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିରୋଧି ଓ ଶାସକଙ୍କ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି । ଜୁଲାଇ ୧୮ରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଭାଜପା ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ପକ୍ଷରୁ ୟଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି।
ଆସନ୍ତା ଜୁନ୍ ୨୪ରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ସେହିପରି ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ଜୁନ ୨୭ରେ ନିଜର ନାମାଙ୍କନପତ୍ର ଦାଖଲ କରିବେ।
ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣନା ଜୁଲାଇ ୨୧ରେ ହେବ ନାମାଙ୍କନ ପ୍ରକ୍ରିୟାର ଶେଷ ତାରିଖ ଜୁନ୍ ୨୯ ରହିଛି ।
