ବେଙ୍ଗାଲୁରୁର ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର କାର୍ଯ୍ୟାଳୟ ଉପରେ ଆୟକର ବିଭାଗର ଚଢାଉ

ବେଙ୍ଗାଲୁରୁ: ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର କାର୍ଯ୍ୟାଳୟ ଉପରେ ଝାମ୍ପ ମାରିଛି ଆୟକର ବିଭାଗ। ଆଜି(ଗୁରୁବାର) ସକାଳୁ ବେଙ୍ଗାଲୁରୁର ଅନେକ ସ୍ଥାନରେ ଚଢାଉ ଆରମ୍ଭ କରିଛି ଆୟକର ବିଭାଗ ।

ବେଙ୍ଗାଲୁରୁର ଶ୍ରୀକୃଷ୍ଣଭାରାୟା ଶିକ୍ଷା ପ୍ରତିଷ୍ଠାନ, ରେଭା ବିଶ୍ୱବିଦ୍ୟାଳୟ ଏବଂ ଦିବ୍ୟାଶ୍ରୀ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରୁଛି ବିଭାଗ । ଏକାସଙ୍ଗେ ୧୦ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଛି ।

ଖବରଅନୁସାରେ, କର୍ଣ୍ଣାଟକ ଏବଂ ଗୋଆ ଜୋନର ଅଧିକାରୀ ଏହି ରେଡ କରୁଥିବା ବେଳେ ଏହି ରେଡରେ ୨୫୦ରୁ ଅଧିକ ଅଧିକାରୀ ସାମିଲ ରହିଛନ୍ତି । ବିଦେଶୀ ଛାତ୍ରମାନଙ୍କ ଠାରୁ ଅଧିକ ଫି ଆଦାୟ, ସିଟ ଅବରୋଧ କରିବା, ଟିକସ ଫାଙ୍କିବା ଭଳି ଅଭିଯୋଗ ଆସିବା ପରେ, ଏହି ରେଡ ହୋଇଛି । ଅଧିକାରୀ ମାନେ ଆସିଥିବା ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି ।

Related Posts