ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିଏଏ ବିରୋଧରେ ହୋଇଥିବା ହିଂସା ନେଇ ଉତ୍ତରପ୍ରଦେଶରେ ପୁଲିସ ବିଭାଗ ପକ୍ଷରୁ ସତର୍କକତା ମୂଳକ ପଦକ୍ଷେପ ନିଆଯାଇଛି । ତେବେ ଜୁମା ନମାଜ ପାଠକୁ ଦଅଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏହା ସହ ଡ୍ରୋନ ସାହାଯ୍ୟରେ ପରିସ୍ଥିତି ତଦାରଖ କରାଯାଉଛି । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨୦ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ଏଥିମଧ୍ୟରୁ ଅଧିକାଂଶ ଜିଲ୍ଲା ଅନ୍ତର୍ଭୁକ୍ତ ଯେଉଁଠାରେ ଗତ ସପ୍ତାହରେ ହିଂସାତ୍ମକ ପ୍ରଦର୍ଶ କରାଯାଇଥିଲା ।

ଅନ୍ୟପଟେ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ ଡିଜିପି ଓମ ପ୍ରକାଶ ସିଂ କହିଛନ୍ତି ଯେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ଆମେ ସମ୍ପୂର୍ଣ୍ଣ ରଣନୀତି ସହ ପୁଲିସ ବାହିନୀ ନିୟୋଜିତ କରିଛୁ । ଏହା ସହିତ ସେ ସ୍ପଷ୍ଟ କରିଛନ୍ତି ଯେ କୌଣସି ନିଦେ୍ର୍ଦାଷଙ୍କୁ ଧରାଯିବ ନାହିଁ ଏବଂ ଯେଉଁମାନେ ହିଂସାରେ ଜଡିତ ଅଛନ୍ତି ସେମାନଙ୍କୁ ସୁରଧା ପ୍ରଦାନ କରାଯିବ ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।