ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କହ୍ନେୟା ଲାଲ ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ବିଭିନ୍ନ ହିନ୍ଦୁ ସଙ୍ଗଠନର ପ୍ରାୟ ୧୦୦୦ ଜଣ ବିକ୍ଷୋଭକାରୀ ଏହି ରାଲିରେ ସାମିଲ ହୋଇଛନ୍ତି। ଗେରୁଆ ପତାକା ଧରି ବିକ୍ଷୋଭକାରୀମାନେ ନାରାବାଜି କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସେମାନେ ପଥର ମାଡ଼ କରିବା ସହ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ହତ୍ୟାରେ ଶିକାର ହୋଇଥିବା କହ୍ନେୟା ଲାଲଙ୍କୁ ନ୍ୟାୟ ପାଇଁ ବିକ୍ଷୋଭକାରୀମାନେ ଦାବି କରିଥିଲେ। ଏଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଙ୍କାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। କର୍ଫ୍ୟୁ ଏବଂ ୧୪୪ ଧାରା ସତ୍ତ୍ୱେ ଏହି ରାଲି ବାହାରିଥିବା ଜଣାପଡ଼ିଛି। କହ୍ନେୟା ଲାଲ ହତ୍ୟାକାଣ୍ଡକୁ ନେଇ ରାଜାସ୍ଥାନ ସରକାର ମାସେ ପାଇଁ ୧୪୪ ଧରା ଲାଗୁ କରିଥିଲେ। ଏହାର ଅର୍ଥ କୌଣସି ସ୍ଥାନରେ ୪ ଜଣରୁ ଅଧିକ ଏକାଠି ହୋଇ ପାରିବେ ନାହିଁ। ମଙ୍ଗଳବାର ଠାରୁ ଉଦୟପୁରରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।
ଏଥିସହ ଇଣ୍ଟରରନେଟ ମଧ୍ୟ ବନ୍ଦ ରହିଛି। ହେଲେ ଏହି ନିର୍ଦ୍ଦେଶକୁ ବେଖାତିର କରି ବିକ୍ଷୋଭକାରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାରି ମଧ୍ୟରେ କହ୍ନେୟା ଲାଲଙ୍କ ପରିବାର ସଦସ୍ୟକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ଆଜି ଭେଟିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ମଧ୍ୟ କଡ଼ା ସୁରକ୍ଷା ବୃବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପଟେ କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ମାମଲାର ତଦନ୍ତ ପାଇଁ ଏନଆଇଏକୁ ହସ୍ତାନ୍ତର କରିଛି । ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଙ୍ଗଠନ ଦାୱତ-ଇ-ଇସଲାମ ସହ ହତ୍ୟକାରୀଙ୍କ ଲିଙ୍କ ଥିବା ସନ୍ଦେହ କରାଯାଉଛି। ୨ ଜଣ ହତ୍ୟାକାରଙ୍କ ମଧ୍ୟରୁ ଜଣେ ୨୦୧୪ରେ କରାଚି ଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ଏହାଏକ ଆତଙ୍କବାଦ ଜନିତ ହତ୍ୟାକାଣ୍ଡ ଏବଂ ଏହା ପଛରେ ଅନେକ ଲୋକଙ୍କ ହାତ ଥିବା ରାଜସ୍ଥାନ ପୁଲିସ କହିଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ୪୮ ବର୍ଷୀୟ କହ୍ନେୟା ଲାଲଙ୍କୁ ଦୁଇ ଯୁବକ ଗସ ମହମ୍ମଦ ଓ ମହମ୍ମଦ ରିୟାଜ ଅନସାରୀ ଦୋକାନ ଭିତରେ ପଣି ହତ୍ୟା କରିଥିଲେ। ଏହି ଦୃଶ୍ୟକୁ କ୍ୟାମେରାରେ କଏଦ ମଧ୍ୟ କରିଥିଲେ। ହତ୍ୟା ପରେ ଉଭୟ ଭିଡିଓ ଜାରି କରି ଘଟଣାକୁ ସ୍ୱୀକାର କରିଥିଲେ। କହ୍ନେୟା ଲାଲଙ୍କ ଆକାଉଣ୍ଟରୁ ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ସପକ୍ଷରେ ପୋଷ୍ଟ କରାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।





