ବିଜେପି କ୍ଷମତାର ଭୋକିଲା, ମାତ୍ର ଏହା ଦେବେନ୍ଦ୍ର ଜୀଙ୍କ ମାଷ୍ଟରଷ୍ଟ୍ରୋକ ଯାହା ଫଳରେ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରିଲି: ଏକନାଥ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିର ହଟଚମଟ ମଧ୍ୟରେ ମହାରାଷ୍ଟ୍ରକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ତେବେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସତ କିନ୍ତୁ ତାଙ୍କର ଏହି ମୁଖ୍ୟମନ୍ତ୍ରୀ ହେବା ପଛରେ । ବିଜେପି ନେତା ଦେବେନ୍ଦ୍ର ଫଡଣବିସଙ୍କ ମାଷ୍ଟରଷ୍ଟ୍ରୋକ ଥିବା ସେ କହିଛନ୍ତି। ଏହି କାରଣରୁ ସେ ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି।

ଲୋକଙ୍କୁ ଲାଗିଲା ବିଜେପି କ୍ଷମତାର ଭୋକିଲା, ମାତ୍ର ସତ ଏହା ଯେ, ଏହା ଦେବେନ୍ଦ୍ର ଜୀଙ୍କ ମାଷ୍ଟରଷ୍ଟ୍ରୋକ। ସଂଖ୍ୟାବଳ ଥାଇ ମଧ୍ୟ ଅନ୍ୟକୁ କ୍ଷମତା ଦେବା ପାଇଁ ବଡ ହୃଦୟର ଆବଶ୍ୟକତା ପଡିଥାଏ ବୋଲି ସିନ୍ଦେ କହିଛନ୍ତି।

ରାଜଭବନରେ ଗୁରୁବାର ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଏବଂ ଫଡଣବିସ ଉପ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ଫଡଣବିସଙ୍କ ନିଷ୍ପତ୍ତିରେ ରାଜ୍ୟ ଏବଂ ଦେଶବାସୀଙ୍କୁ ବଡ ହୃଦୟର ଏକ ନୂତନ ଉଦାହରଣ ଦେଖିବାକୁ ମିଳିଛି।

ସିନ୍ଦେ ଏକ ଟିଭି ଚ୍ୟାନେଲରେ କହିଛନ୍ତି, ସବୁଠୁ ଅଧିକ ସଂଖ୍ୟା ବଳ ଥିବା ପାର୍ଟି ସର୍ବଦା ମୁଖ୍ୟମନ୍ତ୍ରୀ ପଦ ଦାବି କରିଥାଏ। ମାତ୍ର ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ୍ ଶାହ, ଜେପି ନଡ୍ଡା ଏବଂ ବିଶେଷ କରି ଦେବେନ୍ଦ୍ର ଫଡଣବିସଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ସେ ହିଁ ବଡ ହୃଦୟ ଦେଖାଇଛନ୍ତି ଏବଂ ଜଣେ ଶିବସୈନିକଙ୍କୁ ଏହି ସୁଯୋଗ ଦେଇଛନ୍ତି।

ସିନ୍ଦେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ଫଡଣବିସଙ୍କ ଗତ କାର୍ଯ୍ୟକାଳ ର ଅଭିଜ୍ଞତା ତାଙ୍କ କାମରେ ଆସିବ। ଫଡଣବିସ ବରିଷ୍ଠଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି। ମୁଁ ଏଥିପାଇଁ ବହୁତ ଖୁସି କାରଣ ତାଙ୍କ ଅନୁଭବ ରାଜ୍ୟର ବିକାଶ କାର୍ଯ୍ୟକୁ ଆଗକୁ ନେବାରେ ସହାୟତା କରିବ।

Related Posts