ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ସେପଟେ ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିବ ବିଜେପି। ଏହି ଅଧିବେଶନରେ କେଉଁ ସବୁ ପ୍ରସଙ୍ଗ ଉଠାଇବ ବିଜେପି, ସେ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ ବିରୋଧୀ ଦଳ। ଚଳିତ ବଜେଟ ବହୁତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ। ଚାଷୀ, ବୁଜୁଳି ସମସ୍ୟା, ଜଳସେଚନ, ହାତୀ ମୃତ୍ୟୁ, ବେକାରୀ, ବେରୋଜଗାରଙ୍କ ଲାଗି ନିଯୁକ୍ତି, ଦାଦନ, ଶିକ୍ଷା ସମସ୍ୟା, ଶିଶୁ ମୃତ୍ୟୁହାର ଆଦି ପ୍ରସଙ୍ଗ ଗୃହରେ ଉଠାଇବ ଦଳ। ଦାରିଦ୍ର୍ୟରେ ଓଡ଼ିଶା ତୃତୀୟ।
କିନ୍ତୁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ କରି ସ୍ୱପ୍ନ ଦେଖାଉଛନ୍ତି। ସେନେଇ ମଧ୍ୟ ବିଜେପି ସଦସ୍ୟ ବିଧାନସଭାରେ ପ୍ରଶ୍ନ ଉଠାଇବେ। ଆଜି ବିଜେପି ବିଧାୟକ ଦଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେଥିଲାଗି ଦଳ ରଣନୀତି ପ୍ରସ୍ତୁତ କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆହୁରି କହିଛନ୍ତି, ଯଦି ଶିଳ୍ପ ବିକାଶ କରିବାର କଥା ତେବେ ମୁଖ୍ୟମନ୍ତ୍ରୀ ଇଂଲାଣ୍ଡ କି ଆମେରିକା ଯାଇଥାନ୍ତେ, ହେଲେ ରୋମ୍ ଯାଇ କିଭଳି ପୁଞ୍ଜି ଆଣିବେ ତାହା ପ୍ରଶ୍ନବାଚୀ ଘେରରେ। ଅନ୍ୟପଟେ ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି।
ଆରମ୍ଭରେ ଦିବଙ୍ଗତ ବିଧାୟକ ସୁରେନ୍ଦ୍ର କହଁରଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲକ୍ଷ୍ମଣ ମୁଣ୍ଡା ସମର୍ଥନ କରିଥିଲେ। ଏମାନେ ସମସ୍ତେ ଦିବଙ୍ଗତ ବିଧାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ପ୍ରଶ୍ନକାଳ ଆରମ୍ଭ ହୋଇଛି। ନୂତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା କରୁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।





