ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ହୋଇଥିବା ହୋଇଥିବାବେଳେ ପର୍ଯ୍ୟଟନସ୍ଥଳୀକୁ ପୁଣି ଫୋକସ୍ କରାଯାଇଛି । ଏକାମ୍ର ଓ ସମଲେଇ ଯୋଜନା ପାଇଁ ୨୦୦ କୋଟି ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି । ତେବେ ରାଜ୍ୟ ବଜେଟ୍ ପର୍ଯ୍ୟଟନସ୍ଥଳୀକୁ ପୁଣି ଫୋକସ୍ ।

ମହତ୍ତ୍ୱପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ୧୯୫୦ କୋଟି ଟଙ୍କା । ଅବଢା ଯୋଜନା ଅଧୀନରେ ୧୩୨୫ କୋଟି ଟଙ୍କା । ଏକାମ୍ର ଓ ସମଲେଇ ଯୋଜନା ପାଇଁ ୨୦୦ କୋଟି ଲେଖାଏଁ । ଐତିହ୍ୟ, ସ୍ମାରକୀ, ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୧୫୦ କୋଟି । ଓଡିଶା ପର୍ଯ୍ୟଟନ କ୍ଷେତ୍ର ପାଇଁ ୫୯୦ କୋଟି । ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା – ୩୭୫ କୋଟି । ପର୍ଯ୍ୟଟନର ପ୍ରସାର ପାଇଁ ୧୫୦ କୋଟି ।