କାଶୀପୁରରେ ଝାଡବାନ୍ତି ବ୍ୟାପିବର କାରଣ ଦୂଷିତ ପାଣି: ନିରଞ୍ଜନ ପୂଜାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାୟଗଡ଼ା ଜିଲ୍ଲା କାଶୀପୁରର ଝାଡ଼ାବାନ୍ତି ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ବିଧାନସଭାରେ ଏନେଇ ବିବୃତ୍ତି ରଖିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତ କିଛି ଦିନ ଧରି କାଶୀପୁରେ ଛାଡବାନ୍ତି ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୭୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ ୭ ଜଣଙ୍କ ମୃତ୍ୟୁ ହୋଇସାରିଛି । ଡାଇରିଆରେ ଜଣଙ୍କ ପରେ ଜଣଙ୍କ ମୃତ୍ୟୁ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

ଏହାରି ଭିତରେ ଡାଇରିଆ ସ୍ଥିତି ପରଖିବା ପାଇଁ ଆରଏମ୍ଆରସିର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଟିକିରିରେ ପହଞ୍ଚିଛନ୍ତି । ଡାକ୍ତର ବିଭୁତି ଭୂଷଣ ପାଲଙ୍କ ନେତୃତ୍ୱରେ ଆରଏମ୍ଆରସିର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଆଜି କାଶୀପୁର ବ୍ଲକ ଡାଇରିଆ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ଗ୍ରାମଗୁଡିକରେ ଜଳ ଓ ମଳ ନମୁନା ସଂଗ୍ରହ କରାଯାଉଛି । ଏଥିସହ ଜିଲ୍ଲା ଜନସ୍ୱାସ୍ଥ୍ୟ ଲ୍ୟାବ ରିପୋର୍ଟ ମଧ୍ୟ ଅନୁଧ୍ୟାନ କରିବେ ଆରଏମ୍ଆରସିର ବିଶେଷଜ୍ଞ ଦଳ ।

Related Posts