ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : କଟକ ର ଟାଙ୍ଗୀ ରେ ଥିବା DRIEMS ଶିକ୍ଷାନୁଷ୍ଠାନ କୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିବାକୁ ଯାଉଛି। ଗତକାଲି ସରକାର ବିଧାନସଭା ରେ DRIEMS କୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦେବାକୁ DRIEMS ବିଶ୍ଵବିଦ୍ୟାଳୟ, ଓଡ଼ିଶା ୨୦୨୨ ଆକ୍ଟ ଆଣିଛନ୍ତି। ବିଲ୍ ଟିକୁ ରାଜ୍ୟ ବୈଶଇକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ ଉପସ୍ଥାପନ କରିଥିଲେ।
DRIEMS ବିଶ୍ଵବିଦ୍ୟାଳୟ ଏକ ସମ୍ପୂର୍ଣ୍ଣ ସେଲ୍ଫଫାଇନାନ୍ସ , ଅଣ ଅନୁବନ୍ଧିତ ବିଶ୍ଵବିଦ୍ୟାଳୟ ହେବ ଏବଂ ସରକାର ଙ୍କୁ କୌଣସି ପ୍ରକାର ଆର୍ଥିକ ଅନୁଦାନ କିମ୍ବା ସହାୟତା ମାଗିବା ନାହିଁ ବୋଲି ମନ୍ତ୍ରୀ କହିଥିଲେ। ଆଇନ ପ୍ରଣୟନ ପାଇଁ ମନ୍ତ୍ରୀ ଗୃହର ସମସ୍ତ ବିଧାୟକ ଙ୍କ ସହାୟତା ଲୋଡ଼ି ଥିଲେ। ଏହି ଆଲୋଚନା ରେ କଂଗ୍ରେସର ସଦସ୍ୟ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା ବିଜେପି ର ସଦସ୍ୟ ମୋହନ ମାଝୀ, ମୁକେଶ ମହଲିଙ୍ଗ ସାମିଲ ହୋଇଥିଲେ ଓ ବିଲ୍ କୁ ସମୀକ୍ଷା କମିଟି ନିକଟ କୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ।
ସେପଟେ ଶାସକ ଦଳ ର ବିଧାୟକ ମାନେ ରାଜ୍ୟ ରେ ବିଶ୍ବସ୍ତରୀୟ ଭିତ୍ତିଭୂମି ଥିବା ତଥା ଗୁଣାତ୍ମକ ଶିକ୍ଷା ପାଇଁ ଏକ ବିଶ୍ବବଦ୍ୟାଳୟ ର ଆବଶ୍ୟକତା ଥିବା କହିଥିଲେ। ବିଧାନସଭା ରେ ବିତର୍କ ପରେ ସର୍ବସମ୍ମତି ରେ ଏହି ବିଲ୍ ପାସ ହୋଇଛି। DRIEMS ବୈଶଇକ ଶିକ୍ଷା କ୍ଷେତ୍ର ରେ ବହୁମୁଖି ଶିକ୍ଷାଦାନ କୁ ପ୍ରେରଣା ଦେବ ଓ ବିଭାଗୀୟ ପାଠ୍ୟକ୍ରମ ପାଇଁ ପରିସର ବିସ୍ତାର କରିବ ବୋଲି ମନ୍ତ୍ରୀ କହିଛନ୍ତି ।
