ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ କିଛି ଦିନ ହେଲା କଲେଜ୍ ମାନଙ୍କରେ ରାଗିଂକୁ ନେଇ ଖବର ସାମ୍ନାକୁ ଆସୁଛି । ୪ ଦିନ ତଳେ ରାଗିଂ ଯୋଗୁଁ ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା କରିଥିବା ବେଳେ ଏବେ ଖଣ୍ଡଗିରି ଥାନାରୁ ଆସିଛି ସମାନ ଅଭିଯୋଗ । ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ଛାତ୍ର ଜଣଙ୍କ ନିଜ ସିନିୟର୍ ମାନଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ବେସିକ ସାଇନ୍ସ କଲେଜର ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ଆରଛ୍ନ୍ି ପୁଣି ଏକ ରାଗିଂ ଅଭିଯୋଗ । କଲେଜର ୩ ଜଣ ସିନିୟର ଛାତ୍ରଙ୍କ ବିରୋଧରେ ରାଗିଂ କରୁଥିବା ନେଇ ଅଭିଯୋଗ ଦାୟର କରାଯାଇଛି । ତେବେ ସିନିୟର ଚାତ୍ରମାନେ ତାଙ୍କୁ ମାଡ ମାରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ମାଡ ମାରିବାର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
ସିନିୟର ଛାତ୍ରମାନେ ତାଙ୍କୁ ପ୍ରଥମେ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ । ତେବେ ସେ ଟଙ୍କା ନ ଦେବାରୁ ତାଙ୍କୁ ମାଡ ମାରିଥିଲେ ସିନିୟର ଛାତ୍ର । ମାଡ ମାରିବା ସହ ଛାତ୍ରଙ୍କୁ ଉଠବସ କରାଇଥିବା ସେ ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ତେବେ ରାଗିଂ ଘଟଣାକୁ ନେଇ ଛାତ୍ରଙ୍କ ଅଭିଯୋଗ ପରେ ସତେଜ ହୋଇ ଉଠିଛି ପୋଲିସ । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।





