ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ବିଧାନସଭା ର ଏକ ମାତ୍ର ସ୍ଵାଧୀନ ବିଧାୟକ ଭାବେ ମକରନ୍ଦ ମୁଦୁଲି ରାୟଗଡ଼ା କୁ ପ୍ରତିନିଧିତ୍ଵ କରୁଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନ ପରିପେକ୍ଷୀ ରେ ସେ କହିଛନ୍ତି ସେ NDA ra ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ସମର୍ଥନ କରିବେ । କାଲି ଦ୍ରୌପଦୀ ଓଡ଼ିଶା ଗସ୍ତ ରେ ଆସୁଥିବା ବେଳେ ସେ ତାଙ୍କୁ ଭେଟିବେ ବୋଲି ମଧ୍ୟ କହିଛନ୍ତି l
ସେ କହିଛନ୍ତି ମୁଁ କୌଣସି ଦଳ ରେ ନାହିଁ ସ୍ଵାଧୀନ ଭାବରେ ଏକ ଯାଇ ମୁଁ ଦ୍ରୌପଦୀ ଙ୍କୁ ଭେଟିବି ଓ ସମର୍ଥନ ଜଣାଇବି।
ସୂଚନା ଥାଉକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମକରନ୍ଦ ମୁଦୁଲି ଙ୍କୁ ଦ୍ରୌପଦୀ ଙ୍କୁ ସମର୍ଥନ ଦେବାପାଇଁ ଅନୁରୋଧ କରିଥିଲେ । ଆଜି ମକରନ୍ଦ ଗଣମାଧ୍ୟମ କୁ ଦ୍ରୌପଦୀ ଙ୍କୁ ସମର୍ଥନ ଦେବା କଥା କହିଛନ୍ତି।
