ବିଜେପି ମୁହାଁ କି ପ୍ରଦୀପ ପାଣିଗ୍ରାହୀ, ପ୍ରଧାନମନ୍ତ୍ରୀଙ୍କୁ କଲେ ଭୂରି ଭୂରି ପ୍ରଶଂସା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋପାଳପୁର ର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ମୋଦି ଓଡ଼ିଶା କୁ ଯେତିକି ସୁଯୋଗ ଦେଇଛନ୍ତି ଅତୀତ ରେ ଅନ୍ୟ କେଉଁ ପ୍ରଧାନମନ୍ତ୍ରୀ ଏପରି ସୁଯୋଗ ଦେଇ ନାହାନ୍ତି। ରିସର୍ଭ ବ୍ୟଙ୍କ ଗଭର୍ଣ୍ଣର, CAG ଠାରୁ ଆରମ୍ଭ କରି ଦୁଇ ଦୁଇଟି କ୍ୟାବିନେଟ୍ ପାହ୍ୟା ସହ ବହୁ ଗୁରୁତ୍ଵ ପୂର୍ଣ୍ଣ ବିଭାଗ ଓଡ଼ିଶା କୁ ମୋଦି ଦେଇଥିବା ସେ କହିଛନ୍ତି। ସେ NDA ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ମଧ୍ୟ ସମର୍ଥନ କରିବେ ବୋଲି କହିଛନ୍ତି ତେବେ ଏନେଇ ମୋ ସହ କେହି କଥା ହୋଇନାହାନ୍ତି ଦ୍ରୌପଦୀ ମାଟି ର ଝିଅ ହୋଇଥିବାରୁ ମୁଁ ତାଙ୍କୁ ସମର୍ଥନ କରିବି ଓ ମୋଦି ତାଙ୍କୁ ପ୍ରାର୍ଥୀ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଉଛି ବୋଲି ସେ କହିଛନ୍ତି।


ସେପଟେ ଶ୍ରୀ ପାଣିଗ୍ରାହୀ ଙ୍କର ଏଭଳି ମନ୍ତବ୍ୟ ଦେବାପରେ ସେ ବିଜେପି ମୁହାଁ ବୋଲି ସାଧାରଣ ରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ଥାଉ କି ଶ୍ରୀ ପ୍ରଦୀପ ପାଣିଗ୍ରାହୀ ବିଜେଡି ର ବିଧାୟକ ଥିଲେ ଓ ପରେ ସେ ଜନ ବିରୋଧି କାର୍ଯ୍ୟ କରିଥିବା ଦର୍ଶାଇ ବିଜେଡି ତାଙ୍କୁ ଦଳ ରୁ ନିଲମ୍ବନ କରିଥିଲା। ଏବେ ସେ କୌଣସି ଦଳ ରେ ନାହାନ୍ତି ସେ ନିଜକୁ ସ୍ଵାଧୀନ ବୋଲି ମଧ୍ୟ କହିଛନ୍ତି।

Related Posts