ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଉଦ୍ଧବଙ୍କୁ ଘାରିଛି ଦଳ ହରାଇବାର ଭୟ 

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଉଦ୍ଧବଙ୍କୁ ଘାରିଛି ଦଳ ହରାଇବାର ଭୟ । କାହିଁକିନା ମହାରାଷ୍ଟ୍ରରେ ଶିବସେନା ସହ ମନୋମାଳିନ୍ୟ ହୋଇ ଏକନାଥ ଶିନ୍ଦେ ସରକାର ଗଠନ ହୋଇଗଲା ହେଲେ ଏବେ ନିର୍ବାଚନ ଚିହ୍ନକୁ ନେଇ ଉଦ୍ଧବ ଠାକରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଗଲା । ତେବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବାଚନ ଚିହ୍ନ ‘ଧନୁଷ ବାଣ’ ବା ଧନୁତୀରକୁ ନେଇ ବିବାଦ ଉପୁଜିଲାଣି । ଉଦ୍ଧବ ଏହାକୁ ଛାଡିବାକୁ ଆଦୌ ପ୍ରସ୍ତୁତ ନୁହେଁ । ଉଦ୍ଧବ କହିଛନ୍ତି ‘ଧନୁଷ ବାଣ’ ବା ଧନୁତୀର ଶିବସେନାର ଓ ଶିବସେନାର ହୋଇ ରହିବ । ଏବେ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି ।

ସେପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶୁକ୍ରବାର ପ୍ରଥମଥର ଲାଗି ଜନତାଙ୍କ ସାମ୍ନାକୁ ଆସିଥିଲେ । ଏହି ସମୟରେ ସେ କହିଛନ୍ତି ‘ଧନୁତୀର’ କେବଳ ଶିବସେନାର ଓ ଏହା ଶିବସେନାର ହୋଇ ରହିବ । ଏହାକୁ ନେଇ ପୁଣିଥରେ ଆଇନର ଆଶ୍ରୟ ନେଲେଣି ଉଦ୍ଧବ ଠାକରେ । ତେଣୁ ପ୍ରଥମେ ମୁଖ୍ୟମନ୍ତ୍ରୀ ପଦ ହରାଇଥିବା ଠାକରେ ଏବେ ନିର୍ବାଚନ ଚିହ୍ନକୁ ହରାଇବେ ବୋଲି ଭୟ କରୁଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । 

Related Posts