ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଆସନ୍ତ ୧୮ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏଥିପାଇଁ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ୧୬ ତାରିଖ ଅପରାହ୍ନ ୪ଟା ରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ରେ ସଂସଦର ମୌସୁମୀ ଅଧିବେଶନ ରେ ଗୃହ କାର୍ଯ୍ୟ କିପରି ସୁଚାରୁ ରୂପେ ଚାଲିପାରିବ ଏନେଇ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା ହେବ।

ସେହିପରି ୧୭ତାରିଖ ସନ୍ଧ୍ୟାରେ ରାଜ୍ୟସଭାର ଅଧକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ମୌସୁମୀ ଅଧିବେଶନରେ ଗୃହ କାର୍ଯ୍ୟକୁ ନେଇ ବିସ୍ତୃତ ଆଲୋଚନା ହେବାନେ଼ଇ ସୂଚନା ମିଳିଛି। ତେବେ ଏହି ଅଧିବେଶନ ଭେଙ୍କୟା ଙ୍କ ଶେଷ ଅଧିବେଶନ ଅଟେ।ଏହା ପରେ ଦେଶ ନୂତନ ଉପରାଷ୍ଟ୍ରପତି ଦେଖିବାକୁ ଯାଉଛି। ସୂଚନା ଅନୁଯାୟୀ ଜୁଲାଇ ୧୮ ରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ।