୨୦୧୦ ରୁ ୨୦୨୨ ମଧ୍ୟରେ ୩୧ ଗୋଟି ନୂଆ ଯୋଜନା ଲାଗୁ କରିଛନ୍ତି ଓଡିଶା ସରକାର: ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତ ୨୦୧୦ରୁ ୨୦୨୨ ମଧ୍ୟରେ ରାଜ୍ୟ ସରକାର ୩୧ଟି ନୂଆ ଯୋଜନା ଲାଗୁ କରିଛନ୍ତି । ଏହା ବିଧାନସଭାରେ କହିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ।ଏନେଇ ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ଭବାନୀ ଶଙ୍କର ଭୋଇ। ୨୦୧୦-୨୦୨୨ ମଧ୍ୟରେ କେତୋଟି ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର? ଏହି ଯୋଜନା ମଧ୍ୟରୁ କେତୋଟି ଯୋଜନା ବନ୍ଦ କରିଛନ୍ତି ସରକାର? ବୋଲି ବିଧାୟକ ଶ୍ରୀ ଭୋଇ ପ୍ରଶ୍ନ କରିଥିଲେ ।

ଏହାପରେ ଗୃହରେ ଏହାର ବିସ୍ତୃତ ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ।୨୦୧୦ ରୁ ୨୦୨୨ ମଧ୍ୟରେ ୩୧ ଗୋଟି ନୂଆ ଯୋଜନା ଓଡିଶା ସରକାର ଲାଗୁ କରିଥିବା ମନ୍ତ୍ରୀ କହିଛନ୍ତି। ୨୦୧୭ ଓ ୨୦୧୮ ମସିହାରେ ରାଜ୍ୟ ସରକାର ସର୍ବାଧିକ ୧୬ ଗୋଟି ଯୋଜନା ଲାଗୁ କରିଥିଲେ। ଏହି ୧୬ ଗୋଟି ଯୋଜନା ମଧ୍ୟରୁ କିଛି ଯୋଜନା ୨୦୧୯ ସାଧାରଣ ନିର୍ବାଚନ ପରେ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିବା ବେଳେ ଆଉ କିଛି ଯୋଜନାର ସର୍ତ୍ତାବଳୀ ପରିବର୍ତ୍ତନ କରାଯାଇଛି। ରାଜ୍ୟର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି କହିଛନ୍ତି ମନ୍ତ୍ରୀ ।

Related Posts