୧୫ ଲକ୍ଷ ୬୦ ହଜାର ଟଙ୍କା ଠକିଥିବା ସାଇବର ଠକ ଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା ପୁଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଣେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କ ଠାରୁ ୧୫ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଥିବା ରାଉରକେଲା ସାଇବର ଥାନା ଅଭିଯୋଗ ହୋଇଥିଲା। ଏହାପରେ ରାଉରକେଲା ସାଇବର ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡର ମହମ୍ମଦ ଆରିଫ ଅନସାରୀ, ମହମ୍ମଦ ରଜାଉଳ ଓ ଜାମସେଦ ଅନସାରୀ। ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୭୮୦୦ ଟଙ୍କା ସହ ମୋବାଇଲ୍ ଫୋନ, ଆଧାର କାର୍ଡ, ପାନ କାର୍ଡ, ସିମକାର୍ଡ ଆଦି ଜବତ ହୋଇଛି।ଗତ ଡିସେମ୍ବର ୨ ତାରିଖରେ କୁତ୍ରାର ନଳିନ୍ଦ୍ର ଟପୋଙ୍କଠାରୁ ଅନଲାଇନରେ ଏହି ଠକେଇ ହୋଇଥିଲା।

Related Posts