ଜନ୍ମ କରିଥିବା ବାପା ହେଲେ ଅଲୋଡ଼ା, ରଥଯାତ୍ରା ଦେଖାଇବାକୁ ଆଣି ବୃଦ୍ଧ ବାପାଙ୍କୁ ବଡ଼ଦାଣ୍ଡରେ ଛାଡ଼ିଦେଇ ଚାଲିଗଲା ପୁଅ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାପାଙ୍କୁ ରଥଯାତ୍ରା ଦେଖେଇବାକୁ ଆଣି ବଡ଼ଦାଣ୍ଡରେ ଛାଡ଼ି ଦେଇ ପଳାଇଛି ପୁଅ । ପାଳି ପୋଷି ବଡ଼ କରିଥିବା ବାପା ଏବେ ଅଲୋଡ଼ା। ବୃଦ୍ଧ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଶୁଣ୍ଢି ସାହିର ଜଗବନ୍ଧୁ ନାୟକ (୭୫)।ବୃଦ୍ଧ ଜଗବନ୍ଧୁ କହିଛନ୍ତି, ଶିବରାମ, ସମୀର, ଶଙ୍କର ଓ ସୁଶାନ୍ତ ନାମକ ତାଙ୍କର ୪ ପୁଅ ଅଛନ୍ତି ।ପ୍ରତି ପୁଅ ମାସେ ଲେଖାଏଁ ପାଳି କରି ତାଙ୍କୁ ପୋଷୁଛନ୍ତି । ରଥଯାତ୍ରା ଦେଖିବାକୁ ମନ ବଳିଥିଲା । ତେଣୁ ପୁଅମାନଙ୍କୁ କହିଥିଲେ । କେହି ଆଣିବାକୁ ରାଜି ହୋଇ ନଥିଲେ । ଜିଦ୍‌ ଧରିବାରୁ ପୁଅ ସମୀର ତାଙ୍କୁ ନେଇ ପୁରୀ ଆସିଥିଲା । କିନ୍ତୁ ଘରକୁ ଯିବାବେଳକୁ ବାପା ତୁମେ ଏଠାରେ ତୀର୍ଥ କର ବୋଲି କହି ରଥ ସମ୍ମୁଖରେ ଛାଡ଼ିଦେଇ ପୁଅ ଘରକୁ ଫେରି ଯାଇଥିବା ସୂଚନା ମିଳିଛି ।

ତେବେ ବୃଦ୍ଧଙ୍କ ସମସ୍ୟା ସମ୍ପର୍କରେ ପୁରୀର ସ୍ୱେଚ୍ଛାସେବୀ ଚନ୍ଦ୍ରଶେଖର ମିଶ୍ର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିବା ପରେ ଘଟଣା ପଦାକୁ ଆସିଛି । ବଡ଼ପୁଅ ଶିବରାମକୁ ଖବର ଦେଲେ ସେ ମୋତେ ନେଇଯିବ ବୋଲି କହିଛନ୍ତି ବୃଦ୍ଧ । ତେଣୁ ପୁଅମାନେ ବୃଦ୍ଧଙ୍କୁ ଘରକୁ ଫେରାଇ ନିଅନ୍ତୁ ବୋଲି ସୋସିଆଲ୍‌ ମିଡିଆ ମାଧ୍ୟମରେ ଅନେକ ଦାବି କରିଛନ୍ତି ।

Related Posts