ଥମୁନି ସାଇବର ଠକଙ୍କ ଉତ୍ପାତ: ରାଜଧାନୀରେ ୨୫ ଦିନରେ ୫୦ ଲକ୍ଷ ଲୁଟ୍

ଭୁବନେଶ୍ବର : ରାଜ୍ୟରେ ଥମୁନି ସାଇବର ଠକଙ୍କ ଉତ୍ପାତ। ରାଜ୍ୟ ରାଜଧାନୀରେ ସାଇବର୍‍ ଠକେଇ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସାଇବର ଠକେଇ କମେଇବା ପାଇଁ ପୁଲିସ ସ୍ବତନ୍ତ୍ର ଜ୍ଞାନ କୌଶଳ ଆପଣାଉଥିବା ବେଳେ ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ।

ଯାହା ପୁଲିସର ଚିନ୍ତା ବଢ଼଼ାଇ ଦେଇଛି। ପାର୍ବଣରେ ଆହୁରି ବଢି ଯାଇଛି ଏହି ଠକେଇ । ସାଇବର ଲୁଟେରା ବିଭିନ୍ନ ଉପାୟରେ ଠକି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

୨୫ ଦିନରେ ୫୦ ଲକ୍ଷ ଟଙ୍କା ଠକିନେଇଥିବା ଜଣାପଡ଼ିଛି। ୟୁପିଆଇ ମାଧ୍ଯମରେ ସର୍ବାଧିକ ଠକେଇ ହୋଇଛି। ସେହିପରି କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ମାଧ୍ୟମରେ ମଧ୍ୟ ହୋଇଛି ଠକେଇ ହୋଇଥିବା ସୂଚନା।

Related Posts