ଭୁବନେଶ୍ୱର: ଟ୍ରେନ ରେ ନିଆଁ । ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ନିଆଁ । ଫଳରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ।

ସୂଚନାନୁଯାୟୀ, ଭୁବନେଶ୍ୱର ଷ୍ଟେଶନରୁ ଅପରାହ୍ନ ୩ଟା ୨୦ରେ କୋଣାର୍କ ଏକ୍ସପ୍ରେସ ଛାଡ଼ିଥିଲା। କିଛି ବାଟ ଯିବା ପରେ ଏସି ବଗିର ତଳେ ଥିବା ବ୍ୟାଟେରୀରେ ଶଟ୍‌ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା।

ଟ୍ରେନରେ ନିଆଁ ଦେଖି ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ପୁନର୍ବାର ସମସ୍ତ ଯାତ୍ରୀ ଟ୍ରେନରେ ଗସ୍ତବ୍ୟସ୍ଥଳକୁ ଯାତ୍ରା କରିଛନ୍ତି।

ତେବେ ଏହି ଘଟଣାରେ କାହାର କିଛି କ୍ଷୟ କ୍ଷତି ହୋଇନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।