ନୂଆଦିଲ୍ଲୀ: ଆମେରିକାରେ ଅଚିହ୍ନା ଯୁବକଙ୍କ ଗୁଳିକାଣ୍ଡ ଏକ ପ୍ରକାରର କୋକୁଆ ଭୟ ସୃଷ୍ଟି କରିଛି । ଲଗାତାର କିଛି ଦିନ ହେଲା ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସୁଥିବା ବେଳେ, ଫଳରେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାଁନ୍ତି ସାଧାରଣ ଲୋକେ । କାରଣ କେଉଁ ବେଶରେ ଲୁଚିରହିଥିବ ଆକ୍ରମଣକାରୀ କେଉଁଠି କେତେବେଳେ ଆକ୍ରମଣ କରିବ କେହି କହିପାରୁନାହାଁନ୍ତି ।
ଆମେରିକା ଇଣ୍ଡିଆନାର ଗ୍ରୀନବୁଲ ପାର୍କ ମଲରେ ରବିବାର ଆଉ ଏକ ଗୁଳିକାଣ୍ଡ ଘଟଣା ଘଟିଛି । ଏଠାରେ ଜଣେ ଦୁର୍ବୃତ୍ତ୍ ଅଚାନକ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଦୁର୍ବୃତ୍ତ ଜଣକ ନଜକୁ ମଧ୍ୟ ଗୁଳିକରିବାରୁ ସେଠାରେ ତା’ର ମୃତ୍ୟୁ ହୋଇଛି ।
ଏହି ଘଟଣା ରବିବାର ସନ୍ଧ୍ୟା ସମୟରେ ଘଟିଛି । ଲୋକେ ସପିଙ୍ଗ କରୁଥିବା ସମୟରେ ହଠାତ୍ ଆଖିବୁଜା ଗୁଳିମାଡ ହୋଇଥିଲା । ଫଳରେ ପ୍ରାଣ ବିକଳରେ ଲୋକେ ଏଣେତେଲେ ଦୌଡିବାକୁ ଲାଗିଥିଲେ । ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦଳାଚକଟାରେ ଏକାଧିକ ଲୋକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ମଲରୁ ଉଦ୍ଧାର କରିଥିଲା ।
ବାରମ୍ବାର ଏପରି ଗୁଳିକାଣ୍ଡ ଘଟୁଥିବାରୁ ଏହା ପୋଲିସ ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ ଆମେରିକା ସରକାର ବନ୍ଧୁକ ବ୍ୟାନ କରିବାକୁ ନେଇ ସାଧାରଣରେ ଦାବି ହୋଇଛି ।





