ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀରେ ଜବର ଦଖଲ ଉଚ୍ଛେଦ ପାଇଁ ରାଜ୍ୟ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ । ତେବେ ରାଜଧାନୀରେ କେତେ ପରିମାଣର ସରକାରୀ ଜମି ପ୍ରଭାବଶାଳୀ, କ୍ଷମତାଶାଳୀ, ବାହୁବଳୀ ଲୋକଙ୍କ ଜବରଦଖଲରେ ଅଛି ଓ କେତେ ପରିମାଣଣ ଜମି ଗରୀବ ଖଙ୍କିଖିଆ ଦିନ ମଜୁରିଆ ମୁଣ୍ଡଗୁଞ୍ଜିବାପାଇଁ ଘର କରି ନିଜ ଦଖଲରେ ରଖି ବସ୍ତି କରି ରହିଛନ୍ତି ତାର ସଠିକ ନିର୍ଭୁଲ ତଥ୍ୟ ପ୍ରଦାନ କରିବେ କି ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି ।
ଏହା ସହ ଯେଉଁମାନଙ୍କର ଭୂୂମି ନାହିଁ ରାଜ୍ୟ ଭିତରେ କେଉଁଠି ନାହିଁ ସେମାନଙ୍କୁ ସରକାର ସାରା ରାଜ୍ୟରେ ଜବରଦଖଲରେ ଥିବା ଜମି ଗୁଡ଼ିକୁ ଆଣି ଗରୀବ ଜନସାଧାରଣଙ୍କୁ ବିନା ମୂଲ୍ୟରେ ବଣ୍ଟନ କରିବା ପାଇଁ ପଦକ୍ଷେପ ନେବେ କି ବୋଲି ପ୍ରଶ୍ନ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
