‘ପାର୍ଟି ନୁହେଁ, ମାଟି ବଡ଼’ ଦର୍ଶାଇ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ‘ପାର୍ଟି ନୁହେଁ, ମାଟି ବଡ଼ ‘ ଦର୍ଶାଇ ଆଜି ଦ୍ରୌପଦୀ ମୁର୍ମୁ ଙ୍କୁ ଭୋଟ ଦେଇଛନ୍ତି ମହମ୍ମଦ ମୋକିମ। କଂଗ୍ରେସ ବିଧାୟକ ମାନଙ୍କୁ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ କଟକ-ବାରବାଟି କଂଗ୍ରେସ ଵିଧ୍ୟାୟକ୍ ମହମ୍ମଦ ମୋକିମ୍ ରାଷ୍ଟ୍ରପତି ନିର୍ବାଚନରେ ନିଜ ଭୋଟ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛନ୍ତି।

ମୋକିମ୍ କହିଛନ୍ତି “ପାର୍ଟି ନୁହେଁ, ମାଟି ବଡ଼ । ତେଣୁ ନିଜ ବିବେକ କଥା ଶୁଣିଲି। ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି। ପାର୍ଟି ଭିତରେ ଏହାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ।” ଏଥିନିମନ୍ତେ କୌଣସି ପଶ୍ଚାତାପ ନାହିଁ। ବରଂ ଜଣେ ଓଡ଼ିଅ ମହିଳା ଛିଡ଼ା ହୋଇଥିବାରୁ ନିଜ ମୂଲ୍ୟବାନ ଭୋଟ ତାଙ୍କୁ ଦେଇଛି । ତାଙ୍କ ଜୟଯାତ୍ରାରେ କୌଣସି ପ୍ରକାରେ ସାମିଲ ହୋଇପାରିଲେ ଜଣେ ଓଡ଼ିଆ ହିସାବରେ ନିଜକୁ ଗର୍ବିତ ମନେ କରିବି । ତେଣୁ ତାଙ୍କୁ ଭୋଟ ଦେଇଛନ୍ତି ବୋଲି କହିଛନ୍ତି ମୋକିମ ।

ସୂଚନାଯୋଗ୍ୟ, ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଚାଲିଛି । ଗୋଟିଏ ପଟେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନା। ଶ୍ରୀମତୀ ମୁର୍ମୁ ଜଣେ ଆଦିବାସୀ ମହିଳା ଓ ଓଡ଼ିଆ ଝିଅ ହୋଇଥିବା ବେଳେ ବିଜେପି ସମେତ ଅନେକ ଆଞ୍ଚଳିକ ଦଳ ତାଙ୍କୁ ସମର୍ଥନ ଜଣାଇଛନ୍ତି। ମାତ୍ର କଂଗ୍ରେସ ସିଧାସଳଖ ଭାବେ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଥିବା ବେଳେ ଏଥିରୁ ନିଜକୁ ବାଦ କରି ମହମ୍ମଦ ମୋକିମ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି ।

Related Posts