ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଫେଡେରେସନ ଅଫ୍ ଇଣ୍ଟରନ୍ୟାସନାଲ ହକି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ବାତ୍ରା । ଏହା ସହ ଭାରତୀୟ ଅଲିମ୍ପିକ ସଂଘ ପ୍ରମୁଖ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଜୁଲାଇ ୧୮ରେ ସେ ଏଫଆଇଏଚ୍ ଓ ଆଇଓଏକୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି । ସେପଟେ ଦୀର୍ଘଦୀନ ଧରି ନରେନ୍ଦ୍ର ଏହି ପଦରୁ ହଟିବା ନେଇ ଚର୍ଚ୍ଚା ହେଉଥିଲା ।

ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଗତ ମାସରେ ତାଙ୍କୁ ଆଇଓଏ ଅଧ୍ୟକ୍ଷ ପଦରେ ତୁରନ୍ତ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଗୋଟିଏ ମାସ ମଧ୍ୟରେ ଏହି ପଦ ଛାଡିବା ପାଇଁ ମଧ୍ୟ କହିଥିଲେ । ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କଥା କହିଥିବା ବେଳେ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।