ସି.ବି.ଆଇ. ସ୍କାନରରେ ନରିନ୍ଦର ବାତ୍ରା: ହକି ଇଣ୍ଡିଆର ୩୫ଲକ୍ଷ ଟଙ୍କା ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଥିବା ଅଭିଯୋଗ

ନୂଆଦିଲ୍ଲୀ : ସି.ବି.ଆଇ. ସ୍କାନରରେ ଭାରତୀୟ କ୍ରୀଡ଼ା ପ୍ରଶାସନର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି ନରିନ୍ଦର ବାତ୍ରା । ହକି ଇଣ୍ଡିଆର ୩୫ଲକ୍ଷ ଟଙ୍କା ସେ ନିଜ ବ୍ୟକ୍ତିଗତ କାମରେ ଲଗାଇଥିବା ନେଇ ଅଭିଯୋଗ ଆସିଛି । ଏନେଇ ଆଇ.ଓ.ଏ, ହକି ଇଣ୍ଡିଆ ଓ ନରିନ୍ଦର ବାତ୍ରାଙ୍କ ବାସଭବନରେ ସି.ବି.ଆଇ. ଚଢ଼ାଉ କରିଛି ।

ବାତ୍ରା ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ନରିନ୍ଦର ବାତ୍ରା ଗତକାଲି ୩ଟି ପଦରୁ ଇସ୍ତଫା ଦେଇଛନ୍ତି ।

ଆନ୍ତର୍ଜାତିକ ହକି ମହାସଂଘ, ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟ ଥିଲେ । ଲଗାତର ୨ ଥର ଏଫ.ଆଇ.ଏଚ୍. ସଭାପତି ଭାବେ ନିର୍ବାଚିତ ହୋଇଥିଲେ ନରିନ୍ଦର ବାତ୍ରା । ତେବେ ଏବେ ତାଙ୍କ ବିରୋଧରେ ଏନେଇ ଅଭିଯୋଗ ଆସିବା ପରେ ସିବିଆଇ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି । ସିବିଆଇ ଅଧିକାରୀମାନେ ଖୋଳତାଡ଼ ଆରମ୍ଭ କରିଛନ୍ତି ।

Related Posts