ଅନୁଗୁଳ: ଜେଲ୍ ରୁ ଚମ୍ପଟ ମାରିଲେ ଦୁଇ କଏଦୀ । ପାଚେରୀ ଡେଇଁ କଏଦୀ ଚମ୍ପଟ ମାରିଛନ୍ତି । ଅନୁଗୁଳ ଜିଲ୍ଲା ପାଲଲହଡା ସବଜେଲ ପାଚେରୀ ଡେଇଁ କଏଦୀ ଚମ୍ପଟ ମାରିଲେ ବିଚରାଧିନ କଏଦୀ। ଚମ୍ପଟ ହୋଇଥିବା କଏଦୀ ଡିମିରିଆ ଗାଁର ବସନ୍ତ ମହାଖୁଡ ଏବଂ ଖମାର ଓଡ଼ଶ ଗାଁର ନେଣ୍ଟୁ ନାଏକ ବୋଲି ଜଣାପଡିଛି।
ଖବର ଅନୁଯାୟୀ, କୌଣସି ମାମଲାରେ ଗିରଫ ହୋଇ ପାଲଲହଡ଼ା ସବ୍ଜେଲ୍ରେ ଥିଲେ ଦୁଇ କଏଦୀ । ହେଲେ ମଙ୍ଗଳବାର ସକାଳ ସମୟରେ ହଠାତ୍ ଦୁଇ ଜଣ କଏଦୀ ସବ୍ଜେଲ୍ର ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି । ଜେଲ୍ରୁ କଏଦୀ ଚମ୍ପଟ ମାରିଥିବା ଖବର ଜାଣିବା ପରେ ପାଲଲହଡ଼ା ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଛି ପୋଲିସ।
